ରାଉରକେଲା : ୧୧/୧୦ (ସତ୍ୟାନ୍ୟୁଜ) ବିଶ୍ବ ମାନସିକ ସ୍ବାସ୍ଥ୍ଯ ଦିବସ ଉପଲକ୍ଷେ ଆଜି ରାଉରକେଲା ସରକାରୀ ଚିକିତ୍ସାଳୟ ପକ୍ଷରୁ ଏକ ଜନସଚେତନତା ରାଲି ଆୟୋଜନ କରାଯାଇ ଥିଲା। ଏହା ଚିକିତ୍ସାଳୟ ପରିସରକୁ ଆରମ୍ଭ ହୋଇ ହାଇଟେକ ହସପିଟାଲ ପରିସର ପର୍ଯ୍ୟନ୍ତ କରାଯାଇଥିଲା। ଏଥିରେ ରାଉରକେଲା ୮୦ଜଣ ନର୍ସିଂ ଷ୍ଟାଫ ଯୋଗଦାନ କରିଥିଲେ। ଏହି ଅବସରରେ ଆୟୋଜିତ ସଚେତନତା ସଭାରେ ମନୋଚିକିତ୍ସକ ମନିଷା ମହାପାତ୍ର କହିଥିଲେ ଯେ ମାନସିକ ସ୍ବାସ୍ଥ୍ଯ ଦିବସର ଉଦ୍ଦେଶ୍ଯ ହେଉଛି ସମସ୍ତଙ୍କୁ ମାନସିକ ସ୍ବାସ୍ଥ୍ଯ ବିଷୟରେ ଅବଗତ କରାଇବା ଓ ସଚେତନ କରିବା। ବ୍ଯକ୍ତି ର ଭାବନା, ବ୍ଯବହାର ସବୁ ମାନସିକ ସ୍ବାସ୍ଥ୍ଯ ଉପରେ ନିର୍ଭର କରେ। ଏହା ଦ୍ବାରା ବ୍ଯକ୍ତି ଦୈନନ୍ଦିନ ଜୀବନର କାର୍ଯ୍ୟ ସଠିକ ଭାବରେ କରିବାକୁ ସମର୍ଥ ହୋଇଥାଏ। ସେଥିପାଇଁ ମାନସିକ ସ୍ବାସ୍ଥ୍ଯ ପ୍ରତି ପ୍ରତ୍ୟେକ ବ୍ଯକ୍ତି ସଚେତନ ହେବା ଆବଶ୍ଯକ। ଏହି ସଭାରେ ଡା ସୁଧାରାଣୀ, ଡା ପଣ୍ଡିତ ସାହୁ, ଡା ସସ୍ମିତା ଚୌଧୁରୀ, ରସ୍ମିତା ପାଣ୍ତବ,, ମନୋରଞ୍ଜନ ନାୟକ ଓ ହସ୍ପିଟାଲ ମ୍ୟାନେଜର ମୋହିତ
ଶ୍ରୀବାସ୍ତବ ଉପସ୍ଥିତ ଥିଲେ।