ରାଇରଙ୍ଗପୁର : ୧୧/୧୦ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ପୁଣି ଅଲୋଡା ହେଲା ଏକ ମାସର ଶିଶୁକନ୍ୟା। ମଝି ଜଙ୍ଗଲରେ ଫିଙ୍ଗିଦେଇ ଚାଲିଗଲା ଜନ୍ମକୋଲା ମା । ଏପରି ଏକ ଅଭାବନୀୟ ଏବଂ ଅମାନବୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଚମ୍ପାଝର ଗ୍ରାମପଞ୍ଚାୟତ ଘାଉଗାଢିଆ ନିକଟସ୍ଥ ଜଙ୍ଗଲରେ । ମଙ୍ଗଳବାର ଅପରାହ୍ନରେ ସ୍ଥାନୀୟ କିଛି ମହିଳା ନିକଟ ଘାଉଗାଢିଆ ଜଙ୍ଗଲକୁ ପତ୍ର ତୋଳିବା ପାଇଁ ଯାଇଥିବା ବେଳେ ଶିଶୁକନ୍ୟା ର କାନ୍ଦ ଶୁଣି ସେଠାରେ ପହଞ୍ଚି ଥିଲେ। ଶିଶୁକନ୍ୟାଟି ଜଙ୍ଗଲ ମଧ୍ୟରେ ଏକ ଲୁଗା ଉପରେ ଶୋଇ କାନ୍ଦୁବଥିଲା। ଏହା ଦେଖି ମହିଳା ମାନେ ସଙ୍ଗେ ସଙ୍ଗେ ଚମ୍ପାଝର ସରପଞ୍ଚ ବିକ୍ରମ ପିଙ୍ଗୁଆ କୁ ଖବର ଦେଇଥିଲେ। ଖବର ପାଇ ସ୍ଥାନୀୟ ଆଶା ଦିଦି କୁ ସାଙ୍ଗରେ ନେଇ ଘଟଣା ସ୍ଥଳରେ ପହଞ୍ଚି ଶିଶୁକନ୍ୟା କୁ ଉଧାର କରି ଠାକୁରମୁଣ୍ଡା ଗୋଷ୍ଠୀସ୍ୱାସ୍ଥ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି। ସେଠାରେ ଶିଶୁ କନ୍ୟାର ଚିକିତ୍ସା ଚାଲିଛି। ଶିଶୁକନ୍ୟା ଟି ପ୍ରାୟ ୨୦/୨୫ଦିନର ହବ ବୋଲି ଡାକ୍ତର ଅନୁମାନ କରିଥିବା ବେଳେ ସେ ସୁସ୍ଥ ଥିବା କହିଛନ୍ତି।