ସୁନ୍ଦରଗଡ଼ : ସୁନ୍ଦରଗଡ଼ ରାଜରାସ୍ତାରୁ ଉଦ୍ଧାର ଦୁଇ ମହିଳା ମା,ଝିଅଙ୍କୁ ପରିବାର ବର୍ଗଙ୍କୁ ହସ୍ତାନ୍ତର।।ପୋଲିସ ଉପସ୍ଥିତିରେ ହସ୍ତାନ୍ତର କଲେ ଅସ୍ଥା ଗୃହ ସମ୍ପାଦିକା।
ସୁନ୍ଦରଗଡ : ୧୦/୧୦ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ରାଜରାସ୍ତାରୁ ଶୁକ୍ରବାର ଦିନ ଉଦ୍ଧାର ହୋଇଥିବା ଦୁଇ ମହିଳା ମା , ଝିଅଙ୍କୁ ତାଙ୍କ ପାରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ପରିବାର ଲୋକେ ସେମାନଙ୍କୁ ନେଇଯିବା ପାଇଁ ଇଚ୍ଛା ପ୍ରକାଶ କଲା ପରେ ସୁନ୍ଦରଗଡ଼ ପୋଲିସ ଓ ସାମାଜିକ ସୁରକ୍ଷା ବିଭାଗ ଏନେଇ ପଦକ୍ଷେପ ଗ୍ରହଣ କରିଛନ୍ତି । ଗତକାଲି ସୁନ୍ଦରଗଡ଼ ଟାଉନ ଥାନା ସଦର ଏସଡ଼ିପିଓ ଙ୍କ ନେତୃତ୍ବରେ ଏକ ଟିମ୍ ଛଟିଶଗଡର ଖାରିବହାଲ ଗାଁ ରୁ ମହିଳା ଙ୍କ ଭଉଣୀ ଏବଂ ସାନ ଝିଅ କୁ ଆଣି ତାଙ୍କୁ ଠାରୁ ବୟାନ ରେକର୍ଡ କରିଥିଲେ। ପରେ ସନ୍ଧ୍ୟା ରେ ମହିଳା ଙ୍କ ଭାଇ ମଧ୍ୟ ଆସି ପହଂଚିଥିଲେ । ସମସ୍ତେ ମିଶି ଦୁଇ ମାନସିକ ଅନଗ୍ରସର ମହିଳା ମାଆ ଓ ଝିଅଙ୍କୁ ଘରକୁ ନେବା ପାଇଁ ନିଷ୍ପତ୍ତି ନେଇଥିଲେ । ପୋଲିସ ପକ୍ଷରୁ ଗାଡ଼ି କରି ତାଙ୍କୁ ପଠାଇବାର ବ୍ୟବସ୍ଥା କରଯାଇଥିଲା । ଟାଉନ ଥାନା ଅଧିକାରୀ ଙ୍କ ଉପସ୍ଥିତି ରେ ଆସ୍ଥା ଗୃହ ସମ୍ପାଦିକା ପରିବାର ଲୋକଙ୍କୁ ମା , ଝିଅଙ୍କୁ ହସ୍ତାନ୍ତର କରିଥିଲେ।