ରାଉରକେଲା : ସିଭିକ ସେଣ୍ଟରରେ ‘ନୁଆଁଖାଇ ଭେଟଘାଟ’ ପର୍ବ ଅନୁଷ୍ଠିତ।। ପଶ୍ଚିମ ଓଡିଶା ସାଂସ୍କୃତିକ ପରିଷଦ ପକ୍ଷରୁ ଆୟୋଜିତ।

0 378

ରାଉରକେଲା : ୯/୧୦ (ସତ୍ୟାନ୍ୟୁଜ) ବିଗତବର୍ଷମାନଙ୍କ ଭଳି ଚଳିତବର୍ଷ ମଧ୍ୟ ପଶ୍ଚିମ ଓଡିଶା ସଂକୃତିକ ପରିଷଦ ଆନୁକୂଲ୍ୟରେ ସ୍ଥାନୀୟ ସିଭିକ ସେଣ୍ଟର ଠାରେ ଗଣପର୍ବ “ନୁଆଁଖାଇ ଭେଟଘାଟ ” ମହାଶମରୋହରେ ପାଳିତ ହୋଇଯାଇଛି | ସକାଳ ୧0ଟାରୁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ସମ୍ବଲପୁରୀ ନାଚ ଗୀତ ସହିତ ବିଭିନ୍ନ ସଂକୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ମାଧ୍ୟମରେ ପରିବେଶ ମୁଖରିତ ହୋଇ ଉଠିଥିଲା |ପରିଷଦର ପୁରୁଖା ବ୍ୟକ୍ତି ନୀଳମଣି ପ୍ରଧାନ, ପୁଷ୍ପଲତା ପତି,ଜଗୟେନଶ୍ୱର ମିଶ୍ର, ଡ. ଗଜେନ୍ଦ୍ର ମେହେରଙ୍କ ଦ୍ୱାରା ମାଁ ସମଲେଶ୍ୱରୀଙ୍କ ପୂଜାର୍ଚ୍ଚନା ସହିତ ସକାଳ ଅଧିବେଶନ ଆରମ୍ଭ ହୋଇଥିଲା |ଏଥିରେ ମୁଖ୍ୟ ଅତିଥି ଭାବେ ରଘୁନାଥପଲ୍ଲୀ ବିଧାୟକ ଶ୍ରୀଯୁକ୍ତ ସୁବ୍ରତ ତରାଇ ଏବଂ ମୁଖ୍ୟବକ୍ତା ରୂପେ ଲୋକକବି ପଦ୍ମଶ୍ରୀ ଡ. ହଳଧର ନାଗ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ |ମୁଖ୍ୟଅତିଥି ଶ୍ରୀ ତରାଇ ନୁଆଁଖାଇ ତିହାରକୁ ସମର୍ପଣ ଏବଂ ଭାଇଚାରାର ପର୍ବରୂପେ ବର୍ଣନା କରିବା ବେଳେ ମୁଖ୍ୟବକ୍ତା ଡ. ନାଗ ନିଜ ଅଭିଭାଷଣରେ କହିଲେଯେ ନୁଆଁଖାଇ ପଶ୍ଚିମ ଓଡିଶାର ଏକ ନିଆରା ପର୍ବ | ପୂର୍ବର ସମସ୍ତ ମନୋମାଳିନ୍ୟକୁ ଭୁଲି ଆଜିର ଦିନରେ ସମସ୍ତଙ୍କୁ ଆପଣାଇ ନେବା ନୁଆଁଖାଇ ପର୍ବର ବୈଶିଷ୍ଟା | ନୁଆଁଖାଇ ଦିନ ସମସ୍ତେ ମିଳିମିଶି ମାଁଙ୍କର ପ୍ରସାଦ ସେବନ କରିବାର ଆନନ୍ଦ ସ୍ୱର୍ଗରେ ମଧ୍ୟ୍ୟ ବିରଳ | ରାଷ୍ଟ୍ରପତିଙ୍କଠାରୁ ପଦ୍ମଶ୍ରୀ ଉପାଧି ଗ୍ରହଣ କରିବାର ଅନୁଭୂତି ବର୍ଣନା କରି ସମ୍ବଲପୁରୀ ଭାଷା ଓ ସାହିତ୍ୟର ଗାରିମା ବିଷୟରେ ଅବତାରଣା କରିଥିଲେ | ପରିଶେଷରେ ଡ. ପ୍ରଭାତ କୁମାର ମଲ୍ଲିକଙ୍କ ଦ୍ୱାରା ଲିଖିତ “ଉପେକ୍ଷିତ ନାୟକ ” ଶୀର୍ଷକ ଏକ ପୁସ୍ତକ ମୁଖବକ୍ତା ଡ. ନାଗଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା | ପ୍ରଫେସର ଶଙ୍କର ତ୍ରିପାଠୀ ପୁସ୍ତକ ଉପରେ ଏକ ସଂକ୍ଷିପ୍ତ ବାଖ୍ୟା ରଖିଥିଲେ | ଆମ ପରିଷଦର ସ୍ଥାନୀୟ କଳାକାର ମାନଙ୍କ ଦ୍ୱାରା ସମ୍ବଲପୁରୀ ନାଚ ଗୀତ ଇତ୍ୟାଦି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ପରେ ଉତ୍ସବର ମୁଖ୍ୟ ଆକର୍ଷଣ ନୁଆଁଖାଇ ପ୍ରସାଦ ସେବନ ଅନୁଷ୍ଠିତ ହୋଇଥିଲା | ଏଥିରେ ଶତାଧିକ ପଶ୍ଚିମ ଓଡିଶାର ଶୁଭେଛୁ ନବାନ୍ନ ଭକ୍ଷଣ କରି ପରସ୍ପର ସହିତ ଜୁହାର ଭେଟ ହୋଇଥିଲା | ମଧ୍ୟାହ୍ନରେ କୃଷ୍ଣ ଚନ୍ଦ୍ର ତ୍ରିପାଠୀଙ୍କ ମେଜିକ ଶୋ, ଥବିର ମିଶ୍ରଙ୍କ ଦ୍ୱାରା ପଶ୍ଚିମ ଓଡିଶା ସମ୍ପର୍କିତ ପ୍ରଶ୍ନତୋରି ପ୍ରତିଯୋଗିତା ସଙ୍ଗେ ସଙ୍ଗେ ନୂତନ ପିଢ଼ିର କଳାକାର ମାନଙ୍କ ଦ୍ୱାରା ସମ୍ବଲପୁରୀ ନାଚ ଗୀତ ପରିବେଷଣ କରାଯାଇଥିଲା | ଅଜୟ ମିଶ୍ର, ରମେଶ ସୁନା ଦଳ ଏବଂ ଉମେଶ ବେହେରାଙ୍କ ପରିଚାଳନାରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା |ସାନ୍ଧ୍ୟ ଅଧିବେଶନରେ ଓଡିଶା ସରକାରର ଶ୍ରମ ଓ ଇଏସଆଇ ମନ୍ତ୍ରୀ ଶ୍ରୀଯୁକ୍ତ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି ଏବଂ ରାଉରକେଲା ତଥା ବୋକାରୋ ଇସ୍ପାତ କାରଖାନାର ଭାରପ୍ରାପ୍ତ ନିର୍ଦେଶକ ଶ୍ରୀଯୁକ୍ତ ଅତନୁ ଭୌମିକ ସମ୍ମାନିତ ଅତିଥିରୂପେ ଯୋଗଦେଇ ମାଁ ସମଲେଶ୍ୱରୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ | ଶ୍ରୀଯୁକ୍ତ ନାୟକ ତାଙ୍କ ଅଭିଭାଷଣରେ କହିଲେ ମୋର ଜନ୍ମ ପୂର୍ବାଞ୍ଚଳ ଓଡ଼ିଶାରେ ହୋଇଥିଲେ ମଧ୍ୟ ରାଉରକେଲାରେ ମୁଁ ଫଳିଛି ବଢିଛି ଓ ସମ୍ବଲପୁରରେ ପାଠ ପଢ଼ିଛି | ପଶ୍ଚିମ ଓଡିଶା ମାଟିର ମହକ ଏବଂ ଜନସାଧାରଣଙ୍କ ଜୀବନଧାରା ମୋତେ ବହୁଭାବରେ ପ୍ରଭାବିତ କରିଛି | ପଶ୍ଚିମ ଓଡିଶାର ଗଣପର୍ବ ନୁଆଁଖାଇ ଭାଇଚାରା ଓ ସମୃଦ୍ଧିର ପ୍ରତୀକ ଅଟେ | ଶ୍ରୀଯୁକ୍ତ ଅତନୁ ଭୌମିକ ତାଙ୍କର ଅଭିଭାଷଣରେ ନୁଆଁଖାଇର ନିଜ ଅନୁଭୂତି ବ୍ୟକ୍ତ କରି କହିଲେ ନୁଆଁଖାଇ କେବଳ ଏକ ପ୍ରଚୁଯ୍ୟର ପର୍ବ ନୁହେଁ, ଏହା ପ୍ରକୃତି ମାତା ଏବଂ ମାନବସମାଜ ମଧ୍ୟରେ ଏକ ସମ୍ପର୍କ ସୂତ୍ର ସ୍ଥାପନ କରେ| ନୁଆଁଖାଇ ପାଳନ ଅବସରରେ ଆମ ଆଗାମୀ ପିଢ଼ିର ସମାଜକୁ ପ୍ରୋତ୍ସାହିତ କରିବାରେ ନୂଆ ପ୍ରେରଣା ଦେଇପାରିବ | ପଶ୍ଚିମ ଓଡିଶା ର କବି, ଗୀତିକାର, ସଂଗୀତ ନିର୍ଦେଶକ ରୂପେ ପରିଚିତ ହିମଗିରି ନିବାସୀ ଶ୍ରୀ ଦୁର୍ଗା ମାଧବ ପଣ୍ଡାଙ୍କୁ ତାଙ୍କର ବିଶେଷ କୃତି ପାଇଁ ସମ୍ମାନିତ କରାଯାଇଥିଲା | ସମ୍ମାନର ଉତ୍ତରରେ ଶ୍ରୀ ପଣ୍ଡା ପରିଷଦ ପ୍ରତି ନିଜର କୃତଜ୍ଞତା ଜଣାଇଥିଲେ | ସଭାକାର୍ଯ୍ୟ ସମାପନ ପରେ ପରେ ପଦ୍ମପୁରର ସଂଗୀତ ସମିତିର କଳାକାର ମାନେ ରାଜେନ୍ଦ୍ର ଗୁର୍ଲ୍ଲାଙ୍କ ନେତୃତ୍ୱରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ | ସମ୍ବଲପୁରୀ ନାଚ ଗୀତ ରସରକେଲି, ଡାଲଖାଇ, ଚୁଟକୁଚୁଟା, ଘୁଟକା ନାଚ ଦର୍ଶକ ମଣ୍ଡଳୀକୁ ବିମୋହିତ କରିଥିଲା | ପରିଷଦର ସଭାପତି ସ୍ୱରୂପ ପାଣିଗ୍ରାହୀ ସ୍ୱାଗତ ଭାଷଣ ଦେଇଥିବାବେଳେ ସାଧାରଣ ସମ୍ପାଦକ ପ୍ରକାଶ ପାଢ଼ୀ ବାର୍ଷିକ ବିବରଣୀ ପାଠ କରିଥିଲେ | ଡ. କିଶୋରୀ ଦାସ ଓ ଭଗବାନ ପତି ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିବାବେଳେ କୁଞ୍ଜ ବିହାରୀ ସାହୂ ଧନ୍ୟବାଦ ଅର୍ପଣ କରିଥିଲେ | ଅନ୍ୟମାନଙ୍କ ମଧ୍ୟରେ ଦୁର୍ଗା ଯୋଶୀ, ପୀତବାସ ପ୍ରଧାନ, ଗୌରୀ ପ୍ରଧାନ, ଶୁଭେନ୍ଦୁ ପଣ୍ଡା, ମଦନ ବେହେରା, ସୂର୍ଯ୍ୟ ପାଢ଼ୀ, ଅଶୋକ ଭଇଂସା,କେଶବ ସେଟ , ମନୋଜ ସେଟ , ନିବାଶ ଦାସ, ଦେବାଶିଷ ମିଶ୍ର, ପ୍ରତାପ ମେହେର, କୁନାଲ ମେହେର, ନରୋତ୍ତମ ଭୋଇ,ଶ୍ରୀପତି ତ୍ରିପାଠୀ, ଆଲୋକ ମହାପାତ୍ର, ବିମଲ ପ୍ରଧାନ, ଦୁର୍ଗା ସାହୁ, ଯୋଗେଶ ବଗର୍ତି, ପ୍ରକାଶ ସେଠ, ପ୍ରହଲ୍ଲାଦ ବଢ଼େଇ, ନରେନ୍ଦ୍ର ତ୍ରିପାଠୀ,ସତ୍ୟ ନାୟକ, ମନୋଜ ମିଶ୍ର,ନରେନ୍ଦ୍ର ମିଶ୍ର, ଦେବେଶ ପୁରୋହିତ, ଶୁଭ୍ରାଂଶୁ ବଡ଼ପଣ୍ଡା, ପଦ୍ମଲୋଚନ ବାଗ, ହରିହର ବାର୍କେ , ଅଙ୍ଗରୋଜ ଛନ୍ଦା ଇତ୍ୟାଦି ପରିଷଦର ସଭ୍ୟମାନେ ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ | ଶ୍ରୀକାନ୍ତ ଷଡ଼ଙ୍ଗୀ ଏହି ଦିନସାରା କାର୍ଯ୍ୟକ୍ରମକୁ ସଫଳ ଭାବେ ମଞ୍ଚ ପରିଚାଳନା କରିଥିଲେ |

Leave A Reply

Your email address will not be published.