ରାଉରକେଲା : ଏବେ ଟ୍ୟାପ୍ ରେ ମିଳିବ ୨୪ ଘଣ୍ଟିଆ ବିଶୁଦ୍ଧ ପାଣି ସୁବିଧା।। ‘ଡ୍ରିଙ୍କ ଫ୍ରମ୍ ଟ୍ୟାପ୍’ ସୁବିଧାର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ।

0 440

ରାଉରକେଲା : ୯/୧୦ (ସତ୍ୟାନ୍ୟୁଜ) ଏବେ ଟ୍ୟାପ୍ ରୁ ୨୪ ଘଣ୍ଟା ପାଣି ଆସିବ। ତା ପୁଣି ବିଶୁଦ୍ଧ ପାଣି। ୨୪ ଘଣ୍ଟିଆ ଏହି ଜଳ ଯୋଗାଣ ସୁବିଧା ‘ଡ୍ରିଙ୍କ ଫ୍ରମ୍ ଟ୍ୟାପ୍’ କୁ ସୋମବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍ସର୍ଗ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା , ସୁନ୍ଦରଗଡ , ରାଜଗାଙ୍ଗପୁର , ବିରମିତ୍ରପୁରର ୧ ଲକ୍ଷ ୯୨ ହଜାର ଲୋକ ଏହି ଯୋଜନାରେ ଉପକୃତ ହେବେ। କେବଳ ରାଉରକେଲାରେ ୨୦ ଟି ୱାର୍ଡର ୮୭ ହଜାର ଲୋକ ଏହି ଯୋଜନାରେ ସୁବିଧା ପାଇବେ। ଏ ନେଇ ଆଜି ରାଉରକେଲା ଏବଂ ବିରମିତ୍ରପୁରରେ ‘ଡ୍ରିଙ୍କ ଫ୍ରମ୍ ଟ୍ୟାପ୍’ ଯୋଜନା ଶୁଭାରମ୍ଭ କାର୍ଯ୍ୟକ୍ରମ ହୋଇଥିଲା। ବିରମିତ୍ରପୁରରେ ଅୟୋଜିତ କାର୍ଯ୍ୟକ୍ରମରେ ଶ୍ରମ ମନ୍ତ୍ରୀ ସାରଦା ପ୍ରସାଦ ନାୟକ , ବିଧାୟକ ଶଙ୍କର ଓରାମ , ପୌରପାଳ ସନ୍ଦୀପ ମିଶ୍ରା , ଜିଲ୍ଲାପାଳ ପରାଗ ହର୍ଷଦ ଗଭାଲି ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ରାଉରକେଲାରେ ଅୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଡକ୍ଟର ଶୁଭଙ୍କର ମହାପାତ୍ର , ମହାନଗର ନିଗମ ଡେପୁଟି କମିଶନର ସୁଧାଂଶୁ ଶେଖର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ। ଉଭୟ କାର୍ଯ୍ୟକ୍ରମରେ ୱାଟକୋ ର ଅଧିକାରୀ ମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.