ରାଉରକେଲା : ଦେଓ ନଦୀ ଉପରେ ଅସମ୍ପୂର୍ଣ୍ଣ ବ୍ରିଜ୍ କାମ ଶୀଘ୍ର ସମ୍ପୂର୍ଣ୍ଣ କରିବା ଦାବିରେ ଜଳ ସତ୍ୟାଗ୍ରହ।

0 233

ରାଉରକେଲା : ୯/୧୦ (ସତ୍ୟାନ୍ୟୁଜ) ରାଉରକେଲା ନିକଟ ଦେଓ ନଦୀ ଉପରେ ଅସମ୍ପୂର୍ଣ୍ଣ ବ୍ରିଜ୍ କାମ ଶୀଘ୍ର ସମ୍ପୂର୍ଣ୍ଣ କରବା ଦାବିରେ ପଶ୍ଚିମ ଓଡିଶା ବିକାଶ ସେନା ପକ୍ଷରୁ ନଦୀ ଭିତରେ ଜଳ ସତ୍ୟାଗ୍ରହ ସୋମବାର ଦିନ କରାଯାଇଥିଲା। ସମାଜସେବୀ ମୁକ୍ତିକାନ୍ତ ବିଶ୍ବାଳଙ୍କ ସହ ସେନା କର୍ମୀ ମାନେ ଜାତୀୟ ପତାକା ଧରି ନଦୀ ପାଣିରେ ଛିଡା ହୋଇ ନିଜର ଦାବି ଦୋହରାଇ ଥିଲେ। ସୂଚନାଯୋଗ୍ୟଯେ ଦେଓ ନଦୀ ବ୍ରିଜ୍ କାମ ସମ୍ପୂର୍ଣ୍ଣ କରିବା ଦାବିରେ ସମାଜସେବୀ ମୁକ୍ତିକାନ୍ତ ବିଶ୍ୱାଳ ଅକ୍ଟୋବର ୨ ତାରିଖରୁ ବ୍ରିଜ୍ ଉପରେ ଧାରଣାରେ ବସିଛନ୍ତି। ମୁକ୍ତିକାନ୍ତଙ୍କ ଦାବିକୁ ବିଭିନ୍ନ ସଂଗଠନ ପକ୍ଷରୁ ସମର୍ଥନ ଦିଆଯାଇଛି। କେନ୍ଦ୍ରିୟ ମାନବାଧିକାର ସଂସ୍ଥାର କର୍ମୀ ମାନେ ମଧ୍ୟ ଧାରଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି। ଦେଓ ନଦୀ ବ୍ରିଜ୍ ର କାମ ସତୁରୀ ପ୍ରତିଶତ ସରି ଯାଇଥିବା ବେଳେ ଆଉ ଗୋଟିଏ ସ୍ପାନ୍ ବାକି ରହିଛି। ଜମି ଅଧିଗ୍ରହଣ ସମସ୍ୟା ଯୋଗୁଁ ବ୍ରିଜ୍ କାମ ବନ୍ଦ ରହିଥିବା ବିଭାଗୀୟ ଅଧିକାରୀ କହିଛନ୍ତି।

Leave A Reply

Your email address will not be published.