ସୁନ୍ଦରଗଡ଼ : ସୁନ୍ଦରଗଡ଼ରୁ ଉଦ୍ଧାର ହୋଇଥିବା ଦୁଇ ମହିଳା ଛତିଶଗଡ଼ ଖାରିବାହାଲ ଗାଁର।। ପରିବାର ଲୋକଙ୍କୁ ଖୋଜି ବାହାର କଲା ପୋଲିସ।
l
ସୁନ୍ଦରଗଡ଼ : ୯/୧୦ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଇଵ୍ ନଦୀ ବ୍ରିଜ୍ ଉପରୁ ଉଲଗ୍ନ ଅବସ୍ଥାରେ ଉଦ୍ଧାର ହୋଇଥିବା ଦୁଇ ମହିଳାଙ୍କ ପରିବାର ଲାକଙ୍କୁ ପୋଲିସ ଖୋଜି ବାହାର କରିଛି। ଉଦ୍ଧାର ହୋଇଥିବା ମା , ଝିଅ ଛତିଶଗଡ଼ ଖାରିବହାଲ ଗାଁ ର। ପୂର୍ବରୁ ସେମାନେ ଝାରଖଣ୍ଡର ବୋଲି ସୂଚନା ମିଳିଥିଲା। ସୁନ୍ଦରଗଡ ଟାଉନ୍ ଥାନା ରେ ମହିଳାଙ୍କ ବଡ ଭଉଣୀ ଓ ସାନ ଝିଅଙ୍କ ବୟାନ ରେକର୍ଡ କରାଯାଇଛି। ତୁମଲା ଥାନା ଖାରିବହାଲ ଗାଁ ର ଉଭୟ ମହିଳା ଶୁକ୍ରବାର ଦିନ ଚାଲିଚାଲି ଯାଉଥିବା ବେଳେ ଉଦ୍ଧାର ହୋଇଥିଲେ। ସ୍ବାମୀଙ୍କ ମୃତ୍ୟୁ ପରେ ଉଭୟ ମା ଝିଅ ମାନସିକ ଭାରସାମ୍ୟ ହରାଇଥିବା ନେଇ ସୂଚନା ମିଳିଛି। ଆଠ ବର୍ଷ ହେଲା ମାନସିକ ଅବସ୍ଥା ଭଲ ନଥିବା ବଡ ଭଉଣୀ ସୂଚନା ଦେଇଛନ୍ତି। ଚାରି ଦିନ ପୂର୍ବରୁ ହଠାତ ଘରୁ ବାହାରି ଚାଲି ଯାଇଥିବା
କହିଛନ୍ତି ତାଙ୍କ ବଡ ଭଉଣୀ।