ରାଉରକେଲା : ଏକ ଠକେଇ ମାମଲାର ଅଭିଯୁକ୍ତଙ୍କୁ ବରଗଡ ରୁ ଆଣୁଥିବା ବେଳେ ରାସ୍ତାରେ ଜଣଙ୍କ ମୃତ୍ୟୁ।। ମୃତ ଅଭିଯୁକ୍ତ ପଶ୍ଚିମବଙ୍ଗର ଅନିର୍ବାଣ କାଜି। ତଦନ୍ତ ଜାରି।
ରାଉରକେଲା : ୮/୧୦ (ସତ୍ୟାନ୍ୟୁଜ) ଏକ ଠକେଇ ମାମଲାର ୧୩ ଜଣ ଅଭିଯୁକ୍ତଙ୍କୁ ରାଉରକେଲା ପୋଲିସ ବରଗଡ଼ରୁ ଆଣୁଥିବା ବେଳେ ରାସ୍ତାରେ ଜଣଙ୍କର ମୃତ୍ୟୁ ହୋଇଯାଇଛି। ମୃତକ ହେଲେ ପଶ୍ଚିମବଙ୍ଗର ଅନିର୍ବାଣ କାଜି। ରାଉରକେଲା ସିଭିଲ ଟାଉନଶିପ ଅଞ୍ଚଳର ଏକ ଠକେଇ ମାମଲାର ଏମାନେ ଅଭିଯୁକ୍ତ ଥିଲେ। ବରଗଡରେ ନିଜକୁ ଏକ ନାମୀ କମ୍ପାନୀର ଅଧିକାରୀ ପରିଚୟ ଦେଇ ଦୁଇଲକ୍ଷ ଟଙ୍କା ଠକିନେଇଥିଲେ। ଏହି ମାମଲାରେ ସେପ୍ଟେମ୍ବର ୨୪ ତାରିଖରୁ ଅଭିଯୁକ୍ତ ମାନେ ଗିରଫ ହୋଇ ଜେଲ୍ ରେ ଥିଲେ। ସିଭିଲ ଟାଉନଶିପ ଅଞ୍ଚଳର ଠକେଇ ମାମଲାରେ ରବିବାର ଦିନ ପୋଲିସ ବରଗଡ଼ ଜେଲ୍ ରୁ ଏହି ଅଭିଯୁକ୍ତ ମାନଙ୍କୁ ଏକ ଗାଡ଼ିରେ ଆଣୁ ଥିଲେ। ବରଗଡ଼ – ସମ୍ବଲପୁର ମଝିରେ ଥିବା ଗୋଡ଼ଭଗା ଠାରେ ଅନିର୍ବାଣ ଏବଂ ଅନ୍ୟ ଜଣେ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ବୁର୍ଲା ଡାକ୍ତରଖାନା ନିଆଯାଇଥିଲା। ଅନିର୍ବାଣଙ୍କୁ ସେଠାରେ ମୃତ ଘୋଷଣା କରାଯାଇଥିଲା। ଆସନ୍ତାକାଲି ଅନିର୍ବାଣ ଙ୍କ ପରିବାର ଲୋକ ପହଁଚିଲେ ପୋଷ୍ଟମର୍ଟମ କରାଯିବ। ଏହି ଘଟଣାର ତଦନ୍ତ ଚାଲିଛି