ସୁନ୍ଦରଗଡ଼ : ଉଦ୍ଧାର ହୋଇଥିବା ଦୁଇ ମହିଳାଙ୍କ ସହ ଦୁଷ୍କର୍ମ ହୋଇଥିଲା।। ଉଭୟ ସମ୍ପର୍କରେ ମା , ଝିଅ।। ଚାଲିଛି କାଉନସେଲିଂ।
ସୁନ୍ଦରଗଡ଼ : ୮/୧୦ (ସତ୍ୟାନ୍ୟୁଜ) ସୁନ୍ଦରଗଡରେ ଝାଡ଼ଖଣ୍ଡର ଦୁଇ ଉଲଗ୍ନ ମହିଳାଙ୍କ ଉଦ୍ଧାର ଘଟଣାର ସାଙ୍ଘାତିକ ସତ ଧୀରେ ଧୀରେ ସମ୍ନା କୁ ଆସୁଛି। ଉଭୟଙ୍କ ଉପରେ ହୋଇଥିବା ଅମାନବୀୟ ଅତ୍ୟାଚାର ଆଜି କାଉନସେଲିଂ ପରେ ଜଣାପଡିଛି। ଉଭୟ ସମ୍ପର୍କରେ ମା , ଝିଅ। ଏବଂ ଉଭୟଙ୍କୁ ବାରମ୍ବାର ଦୁଷ୍କର୍ମ ହୋଇଥିବା ସୂଚନା ମିଳୁଛି। ମଣିଷ ଏତେ ଅମାନବୀୟ ଓ ନିଷ୍ଠୁର ହେଇପାରେ ତାର ଜ୍ବଳନ୍ତ ଉଦାହରଣ ହେଉଛି ଏଇ ଦୁଇ ମହିଳା ଙ୍କ କାହାଣୀ । ସୁନ୍ଦରଗଡ଼ ରାସ୍ତା ରେ ଉଲଗ୍ନ ଅବସ୍ଥା ରେ ଉଦ୍ଧାର କଲା ପରେ ଆଜି ଉଭୟ ମହିଳା ଙ୍କୁ କାଉନସେଲିଂ କରାଯାଇଛି । କାଉନସେଲିଂ ରୁ ଯାହା ସତ ସେମାନେ ବାଖାଣିଛନ୍ତି ତାହା ଶୁଣିଲେ ସଭ୍ୟ ସମାଜ ର ମୁଣ୍ଡ ନାଇଁଯିବ । ମହିଳା ଦୁଇ ଜଣ ହେଉଛନ୍ତି ସମ୍ପର୍କ ରେ ମାଆ ଓ ଝିଅ । ଏମାନେ ପଡୋଶୀ ଝାଡ଼ଖଣ୍ଡ ରାଜ୍ୟର ଏକ ଗାଁ ର । ମାଆ ବାହା ହୋଇ ଏଠାକୁ ଆସିଥାଏ । ବାହା ପରେ ହିଁ ତାର ଦିଅର ମିଥୁନ ତା ସହିତ ଦୁଷ୍କର୍ମ କରି ଆସୁଥିଲା । ସେହି ଅବସ୍ଥାରେ ହିଁ ଜୀବନ ବିତୁ ଥାଏ ଏବଂ ତିନି ଝିଅ ଓ ଦୁଇ ପୁଅ ଜନ୍ମ ମଧ୍ୟ ହୋଇଥାନ୍ତି । କିନ୍ତୁ ପିଶାଚ ଦିଅର ମାଆ ସହିତ ଝିଅ ମାନଙ୍କୁ ମଧ୍ୟ ଦୁଷ୍କର୍ମ କରିବା ପାଇଁ ଲାଗିଲା । ଦୁଇ ଝିଅ ଅତ୍ୟାଚାର ସହି ନପାରି ଘର ଛାଡ଼ି କୁଆଡେ ଗଲେ ଯେ ତାଙ୍କର ଏପର୍ଯ୍ୟନ୍ତ ଖୋଜ ଖବର ନାହିଁ। ସାନ ଝିଅ ମଧ୍ୟ ବାହାର ରାଜ୍ୟକୁ ଯାଇଥିଲା କାମ କରିବା ପାଇଁ ହେଲେ ପାଞ୍ଚ ବର୍ଷ ପରେ ଫେରିଲା । କିନ୍ତୁ ସେତେବେଳକୁ ମାନସିକ ଭାରସାମ୍ୟ ହରାଇ ବସିଥିଲା । ସମ୍ପୂର୍ଣ ମୁକ ପାଲଟି ଯାଇଥିଲା ସେ । ଏପରି ଅବସ୍ଥା ରେ ମଧ୍ୟ ଦିଅର ମିଥୁନ ର ବିବେକ ବାଧା ଦେଲା ନାହିଁ । ପାଗଳି ଓ ମୁକ ନିଜ ଝିଅ ସମାନ ଝିଆରୀ କୁ ପୁଣି ଦୁଷ୍କର୍ମ କଲା ଯାହା କୁ ଦେଖି ଦେଇଥିଲା ମାଆ । ବାରମ୍ବାର ଏହି ଅତ୍ୟାଚାର କୁ ବରଦାସ୍ତ କରିନପାରି ଝିଅ କୁ ଧରି ଘରୁ ବାହାରି ପଡ଼ିଥିଲା। ପାଦ ଜୁଆଡେ ନେଲା ସେମାନେ ଚାଲି ଚାଲି ଆଗେଇଲେ । ହେଲେ ଏ ଯୌନ ପିପାସୁ ମଣିଷ ସମାଜ ର ଲୋଲୁପ ଦୂଷ୍ଟି ରୁ ନିଜକୁ ବଞ୍ଚାଇ ପାରିନଥିଲେ ଦୁଇ ମାଆ ଝିଅ । ଯେଉଁ ପଟେ ଗଲେ ପୁରୁଷ ଙ୍କ ଲାଳସା ର ଶିକାର ହେଲେ । ଏମିତି ରେ ସେମାନେ ଶୁକ୍ରବାର ଦିନ ଚାଲି ଆସିଲେ ସୁନ୍ଦରଗଡ଼ ସହରକୁ । ମାଆ ଝିଅ ଉଭୟ ନିଜର ମାନସିକ ଭାରସାମ୍ୟ ହରାଇ କେବଳ ଚାଲିଥାନ୍ତି ରାସ୍ତା ରେ । ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟ ନିକଟରେ ସମ୍ପୂର୍ଣ ନିର୍ବସ୍ତ୍ର ହୋଇ ଚାଲିଥାନ୍ତି ରାସ୍ତା ରେ। ଏତିକି ବେଳେ ସୁନ୍ଦରଗଡ ବିଧାୟିକା ସେମାନଙ୍କୁ ଦେଖିପାରି ନିଜ ଉତ୍ତରୀୟ ସାହଯ୍ୟରେ ଘୋଡାଇ ଦେଇଥିଲେ। ପରେ ଆସ୍ଥା ସୁଧାର ଗୃହକୁ ପଠାଇ ଦେଇଥିଲେ। ଏବେଆସ୍ଥା ଗୃହରେ ସେମାନଙ୍କ ମାନସିକ ଚିକିତ୍ସା ଆରମ୍ଭ କରାଯାଇଛି । ଏବଂ ମନୋବିଜ୍ଞାନୀ ଙ୍କ ଦ୍ବାରା କାଉନସେଲିଂ ମଧ୍ୟ କରାଯାଉଛି।