ରାଉରକେଲା : ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସରକାରୀ ଡାକ୍ତରଖାନା ପରିଦର୍ଶନ।। ଓଡିଶା ମେଡ଼ିକାଲ ସେବା ସଙ୍ଘ ବାର୍ଷିକ ସମ୍ମିଳନୀରେ ଯୋଗଦେଲେ।
ରାଉରକେଲା : ୮/୧୦ (ସତ୍ୟାନ୍ୟୁଜ) ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ ତାଙ୍କ ଏକ ଦିବାସୀୟ ରାଉରକେଲା ଗସ୍ତ ସାରି ଫେରି ଯାଇଛନ୍ତି। ଶ୍ରୀ ପୂଜାରୀ ତାଙ୍କ ଗସ୍ତ ସମୟରେ ରାଉରକେଲା ସରକାରୀ ହସ୍ପିଟାଲ ପରିଦର୍ଶନ କରି ବିଭିନ୍ନ ୱାର୍ଡରେ ରୋଗୀ ସେବା ନିରୀକ୍ଷଣ କରିଥିଲେ। ପରେ ସରକାରୀ ଡାକ୍ତରଖାନାର ଉଚ୍ଚ ଅଧିକାରୀ ମାନଙ୍କ ସହ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ପରେ ମନ୍ତ୍ରୀ ଛେଣ୍ଡ କଲୋନୀ ରେ ଥିବା ରିମ୍ସ ସମ୍ମିଳନୀ କକ୍ଷରେ ଓଡ଼ିଶା ମେଡ଼ିକାଲ ସେବା ସଂଘର ୬୯ତମ ବାର୍ଷିକ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ପୂଜାରୀ କହିଥିଲେଯେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଗରିବଙ୍କ ମୁହଁରେ ହସ ଫୁଟାଇଛି। ପୁରୁଷମାନେ ୫ ଲକ୍ଷ ଓ ମହିଳାମାନେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣାରେ ସ୍ବାସ୍ଥ୍ୟସେବା ପାଇପାରୁଛନ୍ତି। ଲୋକଙ୍କ ସ୍ୱାସ୍ଥ୍ୟ ସେବା ଲାଗି ସରକାର ଅଙ୍ଗୀକାର ବଦ୍ଧ ବୋଲି ମନ୍ତ୍ରୀ କହିଥିଲେ।
ଏହି କାର୍ଯ୍ୟକ୍ରମରେ ରାଜ୍ୟ ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏନ୍ଆଇଟିର ନିର୍ଦ୍ଦେଶକ ପ୍ରଫେସର କେ. ଉମାମହେଶ୍ବର ରାଓ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ସଂଘର ରାଜ୍ୟ ସଭାପତି ଡାକ୍ତର ନାରାୟଣ ରାଉତଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ସଂଘର ସାଙ୍ଗଠନିକ ସମ୍ପାଦକ ଡାକ୍ତର ସମୀର କୁମାର ପାତ୍ର ଧନ୍ୟବାଦ ଦେଇଥିଲେ। ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଭିନ୍ନ ଭିନ୍ନ ବର୍ଗର ଶତାଧିକ ଡାକ୍ତର ଯୋଗଦେଇଥିଲେ ।