ସୁନ୍ଦରଗଡ଼ : ୮/୧୦ (ସତ୍ୟାନ୍ୟୁଜ) ସାଇବର ଠକେଇ ରୁ ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟ ରେ ଓଡ଼ିଶା ପୋଲିସ ପକ୍ଷରୁ ଚାଲିଛି ସାଇବର ସୁରକ୍ଷା ଅଭିଯାନ ୨୦୨୩ । ଏହି ଅବସରରେ ରବିବାର ଦିନ ସୁନ୍ଦରଗଡରେ ଏକ ମିନି ମାରାଥନ ର ଆୟୋଜନ କରାଯାଇଥିଲା । ସ୍ଥାନୀୟ ଡିଆରଡିଏ ଛକ ଠାରୁ ଶଙ୍କରା ବାଇପାସ୍ ପର୍ଯ୍ୟନ୍ତ ୬ କିଲୋମିଟର ରାସ୍ତାରେ ଗଣ ଦୌଡର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଏସପି ପ୍ରତ୍ୟୁଷ ଦିବାକର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଗଣ ଦୌଡରେ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ ଲୋକମାନେ ସାମିଲ ହୋଇଥିଲେ। ସାଇବର ସୁରକ୍ଷା ର ବାର୍ତ୍ତା ନେଇ ଜିଲ୍ଲା ପୋଲିସ କର୍ମୀଙ୍କ ସମେତ ବିଭିନ୍ନ ଶିକ୍ଷା ଅନୁଷ୍ଠାନ, ସ୍ପୋର୍ଟସ ହଷ୍ଟେଲ ର ଅନ୍ତେବାସୀ ଓ ସାଧାରଣ ଲୋକେ ଏଥିରେ ସାମିଲ ହୋଇଥିଲେ । ଜିଲ୍ଳା ରେ ଗତ ସପ୍ତାହେ ରୁ ଉର୍ଦ୍ଧ ସମୟ ହେବ ଏକ ସଚେତନତା ରଥ ବୁଲିବା ସହ ବିଭିନ୍ନ ଗାଁ ଗୁଡିକରେ ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ଏହା ଦ୍ବାରା ସାଇବର ଠକେଇ ଘଟଣା ପ୍ରତି ଲୋକେ ସଚେତନ ହେବେ ବୋଲି ଏସପି କହିଛନ୍ତି ।