ରାଉରକେଲା : ରେଳ ଷ୍ଟେସନର ଉନ୍ନତିକରଣ ପାଇଁ ୩୫୦ କୋଟି ଟଙ୍କା ବିନିଯୋଗ କରାଯାଉଛି।। ଗସ୍ତ ସମୟରେ ସୂଚନା ଦେଲେ ମହାପ୍ରବନ୍ଧକ ଅନୀଲ ମିଶ୍ରା।

0 409

ରାଉରକେଲା : ୮/୧୦ (ସତ୍ୟାନ୍ୟୁଜ) ଦକ୍ଷିଣପୂର୍ବ ରେଳବାଇର ମହାପ୍ରବନ୍ଧକ ଅନିଲ ମିଶ୍ର ତାଙ୍କ ଏକ ଦିବସୀୟ ରାଉରକେଲା ଗସ୍ତ ସାରି ଫେରି ଯାଇଛନ୍ତି। ଶ୍ରୀ ମିଶ୍ରା ଅନ୍ୟ ବରିଷ୍ଠ ଅଧିକାରୀ ମାନଙ୍କ ସହ ରାଉରକେଲା ଷ୍ଟେସନ , ବନ୍ଧମୁଣ୍ଡା , ଡୁମେର୍ତ୍ତା ଆଦି ଷ୍ଟେସନ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଅନୁଧ୍ୟାନ କରିଥିଲେ। ରାଉରକେଲା ଷ୍ଟେସନ ନିରୀକ୍ଷଣ ପରେ ଶ୍ରୀ ମିଶ୍ରା ବନ୍ଧମୁଣ୍ଡା ରେଳ ଷ୍ଟେସନର ବିଭିନ୍ନ ଅଞ୍ଚଳ ସମେତ ବନ୍ଧମୁଣ୍ଡା ଓ ନୁଆଗାଁ ମଧ୍ୟରେ ଥିବା ରେଳ ରାସ୍ତା ଅନୁଧ୍ୟାନ କରିଥିଲେ। ଶନିବାର ଦିନ ମହାପ୍ରବନ୍ଧକଙ୍କ ଏହି ଗସ୍ତ ସମୟରେ ତାଙ୍କ ସହ ଚକ୍ରଧରପୁର ରେଳ ମଣ୍ଡଳର ଡିଆର୍‌ଏମ୍‌ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନ ଉପସ୍ଥିତ ଥିଲେ। ରାଉରକେଲା ରେଳ ଷ୍ଟେସନ ଅଞ୍ଚଳର ଉନ୍ନତିକରଣ ପାଇଁ ୩୫୦ କୋଟି ଟଙ୍କା ବିନିଯୋଗ କରା ଯାଉଥିବା ରେଲୱେ ମହାପ୍ରବନ୍ଧକ କହିଛନ୍ତି।

ଏହି ଗସ୍ତ ସମୟରେ ବନ୍ଧମୁଣ୍ଡା ଅଞ୍ଚଳର ନେପାଳୀ ବସ୍ତି ଓ ଅନ୍ୟ କିଛି ଉଚ୍ଛେଦ ହୋଇଥିବା ବସ୍ତି ବାସିନ୍ଦା ରେଲୱେ ମହାପ୍ରବନ୍ଧକଙ୍କୁ ଏକ ସ୍ମାରକପତ୍ର ଦେଇଥିଲେ। ସ୍ମାରକପତ୍ରରେ ସେମାନଙ୍କ ଘର ବେଆଇନଭାବେ ଭଙ୍ଗାଯାଇଥିବାରୁ କ୍ଷତିପୂରଣ ଦେବା ପାଇଁ ଦାବି କରାଯାଇଥିଲା। ଏ ସମ୍ପର୍କରେ ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ନେବେ ବୋଲି ଶ୍ରୀ ମିଶ୍ର କହିଥିବା ସୂଚନା ମିଳିଛି।

Leave A Reply

Your email address will not be published.