ରାଉରକେଲା : ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କ ସରକାରୀ ହସ୍ପିଟାଲ ପରିଦର୍ଶନ।। ଉନ୍ନୟନ ମୂଳକ କାମର ସମୀକ୍ଷା।

0 350

ରାଉରକେଲା : ୭/୧୦ (ସତ୍ୟାନ୍ୟୁଜ) ରାଜ୍ୟ ସ୍ବାସ୍ଥ୍ଯ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଶନିବାର ଦିନ ଏକ ଦିବସୀୟ ରାଉରକେଲା ଗସ୍ତ ରେ ଆସି ରାଉରକେଲା ସରକାରୀ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି। ପରିଦର୍ଶନ ସମୟରେ ଶ୍ରୀ ପୂଜାରୀଙ୍କ ସହିତ ରାଜ୍ଯ ଶ୍ରମ ମନ୍ତ୍ରୀ ତଥା ରାଉରକେଲାର ବିଧାୟକ ସାରଦା ପ୍ରସାଦ ନାୟକ ମଧ୍ଯ ଉପସ୍ଥିତ ଥିଲେ।

ଏହି ଅବସରରେ ଆରଜିଏଚ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ସେ ଯୋଗ ଦେଇଥିଲେ। ସେ ରୋଗୀଙ୍କୁ ଆବଶ୍ୟକ ଚିକିତ୍ସା ସେବା ଯୋଗାଇଦେବା, ଔଷଧ ପତ୍ର, ସ୍ୱାସ୍ଥ୍ୟ ସେବା ଭିତ୍ତିଭୂମିର ସ୍ଥିତିର ସମୀକ୍ଷା କରିଥିଲେ। ପୂଜାରୀଙ୍କୁ ଚିକିତ୍ସାଳୟର ବେଡ ସଂଖ୍ଯା, ଦୈନିକ ରୋଗୀଙ୍କ ହାର, ଚିକିତ୍ସା ବ୍ୟବସ୍ଥା, ବିଭିନ୍ନ ବିଭାଗର ଆବଶ୍ୟକତା ସଂପର୍କରେ ଚିକିତ୍ସାଳୟର କର୍ତ୍ତୃପକ୍ଷ ଅବଗତ କରାଇଥିଲେ। ସେ ଆଗାମୀ ଦିନରେ ଖାଲିଥିବା ଡାକ୍ତର ପଦବୀକୁ ପୂରଣ କରିବା ପାଇଁ ସହମତି ପ୍ରଦାନ କରିଥିଲେ।

ବୈଠକ ପରେ ପରେ ସେ ହସପିଟାଲର ବିଭିନ୍ନ ଓ୍ବାର୍ଡ, ପରିଦର୍ଶନ କରିବା ସହିତ ରୋଗୀମାନଙ୍କ ପାଇଁ କରାଯାଇଥିବା ଆବଶ୍ୟକ ବ୍ୟବସ୍ଥା ବୁଲି ଦେଖିଥିଲେ ଏବଂ ରୋଗୀମାନଙ୍କ ଅବସ୍ଥା ପଚାରି ବୁଝିଥିଲେ।

ଶ୍ରୀ ପୂଜାରୀ ହସ୍ପିଟାଲର ବ୍ୟବସ୍ଥା ଉପରେ ସନ୍ତୋଷ ବ୍ଯକ୍ତ କରି କହିଥିଲେ ଯେ ରାଉରକେଲା ସରକାରୀ ଚିକିତ୍ସାଳୟ ରେ ସ୍ବଚ୍ଛତା ଉପରେ ଗୁରୁତ୍ବ ଦିଆଯାଇଛି। ଚିକିତ୍ସାଳୟ ସୁବ୍ୟବସ୍ଥିତ ଭାବରେ ରୋଗୀମାନଙ୍କୁ ସେବା ପ୍ରଦାନ କରୁଛି। ରୋଗୀ ମାନଙ୍କ ପାଇଁ ଆବଶ୍ଯକ ଔଷଧ ମହଜୁଦ ରହିଛି। ଡାଇଲିସିସ ରୋଗୀମାନଙ୍କ ୁ ମଧ୍ଯ ଆବଶ୍ଯକ ସେବା ମିଳି ପାରୁଛି। ଖୁବଶୀଘ୍ର ହସ୍ପିଟାଲର ଭିତ୍ତିଭୂମି କୁ ଆହୁରି ମଜବୁତ କରିବା ପାଇଁ ନୂତନ ବିଲ୍ଡିଂ ନିର୍ମାଣ କରାଯିବ। ଏହା ଫଳରେ ହସ୍ପିଟାଲର ବେଡ ସଂଖ୍ଯା ବଢିବ ଏବଂ ଅଧିକ ରୋଗୀ ସେବା ପାଇପାରିବେ।

ଏହି ବୈଠକରେ ଜନ ସ୍ବାସ୍ଥ୍ଯ ବିଭାଗ ନିଦ୍ଦେର୍ଶକ ଡାକ୍ତର ନିରଂଜନ ମିଶ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଧରଣୀ ରଂଜନ ଶତପଥୀ, ରାଉରକେଲା ସରକାରୀ ଚିକିତ୍ସାଳୟର ନିର୍ଦ୍ଦେଶକ ଡାକ୍ତର ସନ୍ତୋଷ କୁମାର ସ୍ୱାଇଁ, ସୁପରିଟେଣ୍ଡେଣ୍ଟ ଆରଜିଏଚ ଡା. ସୁଧାରାଣୀ ପ୍ରଧାନ, ଡେପୁଟି
ସୁପରିଟେଣ୍ଡେଣ୍ଟ ଡା. ପଣ୍ଡିତ ସାହୁ, ଜିଲ୍ଲା ପ୍ରୋଗ୍ରାମ ମ୍ୟାନେଜର ଶଂକର ଆଚାର୍ଯ୍ୟ, ଓ ଆରଜିଏଚ ମ୍ୟାନେଜର ମୋହିତ କୁମାର ଶ୍ରୀବାସ୍ତବ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.