ସୁନ୍ଦରଗଡ଼ : ଇବ୍ ନଦୀ ବ୍ରିଜ୍ ଉପରେ ବାଇକ ଉପରେ ମାଡି ଗଲା ଟ୍ରେଲର।। ସ୍ୱାମୀ ମୃତ , ସ୍ତ୍ରୀ ଏବଂ ଶିଶୁ କନ୍ୟା ଗୁରୁତର।

0 3,712

ସୁନ୍ଦରଗଡ଼ : ୭/୧୦ ( ସତ୍ୟାନ୍ୟୁଜ) ସୁନ୍ଦରଗଡ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଇଵ୍ ନଦୀ ପୋଲ ଉପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସ୍ୱାମୀ ମୃତ୍ୟୁ ବରଣ କରିଥିବା ବେଳେ ସ୍ତ୍ରୀ ଏବଂ ଶିଶୁ କନ୍ୟା ଗୁରୁତର ଅଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ସୁନ୍ଦରଗଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ମୃତ ବ୍ୟକ୍ତି ଟାଉନ୍ ଥାନା ଅମଲିପାଲି ଅଞ୍ଚଳ ର ବୋଲି ସୂଚନା ମିଳିଛି । ତିନି ଜଣ ବାଇକ ରେ ଯାଉଥିବା ବେଳେ ଏକ ଟ୍ରେଲର ବାଇକ କୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ଏବଂ ଶିଶୁ କନ୍ୟା ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ସେମାନଙ୍କୁ ତୁରନ୍ତ ହସପିଟାଲ ପଠାଇ ଥିଲେ। ଦୁର୍ଘଟଣା ପରେ ଟ୍ରେଲର ଡ୍ରାଇଭର ଫେରାର ହୋଇ ଯାଇଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.