ବଣାଇ : ସଙ୍ଘବଦ୍ଧ ଭାବେ ଦୁଇ ହେକ୍ଟର ଜଙ୍ଗଲରୁ କଟିଦେଲେ ଗଛ।। ପୋଲିସ , ବନବିଭାଗ ଚଢ଼ାଉରେ ୩ ଗିରଫ।। ୧୩ ବାଇକ୍ , ୧୦ ସାଇକେଲ ଜବତ।

0 403

ବଣାଇ : ୭/୧୦ (ସତ୍ୟାନ୍ୟୁଜ) ଜଙ୍ଗଲ ସୃଷ୍ଟି କରିବାକୁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। ପରିବେଶ ସୁରକ୍ଷା ଦିଗରେ ଜଙ୍ଗଲ ସୃଷ୍ଟିର ବେଶ ଭୂମିକା ରହିଛି। ଆଉ ଏବେ ସେହି ଜଙ୍ଗଲ କୁ କାଟି ସଫା କରିଦେଲେ ପ୍ରାୟ ୫ଟି ଗ୍ରାମର ଲୋକମାନେ । ବଣାଇ ରେଞ୍ଜର ବୁଢ଼ା ପାହାଡ଼ ରିଜର୍ଭ ଜଙ୍ଗଲ ରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ । ଅତି କମରେ ୫ଟି ଗ୍ରାମ ର ଶହଶହ ଲୋକ ଆସି ସଙ୍ଘବଦ୍ଧ ହୋଇ ଦୁଇ ହେକଟର ରୁ ଉର୍ଦ୍ଧ ଜଙ୍ଗଲ ରେ ଥିବା ବିଶାଳକାୟ ଶାଳ ସହିତ ଅନ୍ୟ ଗଜା ଗଛ କାଟି ଦେଇଛନ୍ତି। ଗତ ୪ ତାରିଖରୁ ଏହି ଗଛ କଟା ଚାଲିଥିବା ବେଳେ ଖବର ପାଇ ବନ ବିଭାଗ ପୋଲିସ ଟିମ୍ ସହ ଚଢ଼ାଉ କରିଥିଲେ। ଘଟଣା ସ୍ଥଳରୁ ୧୩ ଟି ବାଇକ୍ , ୧୦ଟି ସାଇକେଲ ଜବତ କରାଯିବା ସହ ତିନି ଜଣଙ୍କୁ ଗିରଫ କରା ଯାଇଥିବା ବଣାଇ ରେଞ୍ଜର ମନୋଜ ପାତ୍ର ସୂଚନା ଦେଇଛନ୍ତି।

Leave A Reply

Your email address will not be published.