ରାଉରକେଲା : ବସ ଷ୍ଟାଣ୍ଡ ଏବଂ ମଛଲି ମାର୍କେଟ ବସ୍ତିରେ ପଶିଲା ଡ୍ରେନ ପାଣି।। ଯାତ୍ରୀ ମାନଙ୍କ ସହ ବସ୍ତି ବାସିନ୍ଦା ସାମ୍ନା କରୁଛନ୍ତି ଅସୁବିଧା।

0 730

ରାଉରକେଲା : ୭/୧୦ (ସତ୍ୟାନ୍ୟୁଜ) ବର୍ଷା ନାହିଁ କି ପବନ ନାହିଁ। ଶନିବାର ସକାଳୁ ହଠାତ ଘରେ ଘରେ ପାଣି ପଶିଗଲା। ଲୋକ ମାନେ ଏଥିପାଇଁ ପ୍ରସ୍ତୁତ ନଥିବାରୁ ଘରର ବହୁ ମୂଲ୍ୟବାନ ସାମଗ୍ରୀ ନଷ୍ଟ ହୋଇଗଲା। ଲୋକ ମାନେ ଘରୁ ଜଳ ନିଷ୍କାସନ କରିବାକୁ ଲାଗି ପଡିଲେ। ହେଲେବି ପାଣି ପଶିବାରେ ଲାଗି ଥାଏ। ଏ ଅବସ୍ଥା ଆଜି ଦେଖିବାକୁ ମିଳିଥିଲା ରାଉରକେଲା ନୂଆ ବସ ଷ୍ଟାଣ୍ଡ ନିକଟରେ ଥିବା ମଛଲି ମାର୍କେଟ ବସ୍ତିରେ। ଏହି ବସ୍ତିରେ ପ୍ରତିବର୍ଷ ବର୍ଷା ଦିନେ ପାଣି ପଶେ। ସେଥିପାଇଁ ଲୋକ ପ୍ରସ୍ତୁତ ରୁହନ୍ତି। କିନ୍ତୁ ଆଜି ଖରା ହେଉଥିବା ସମୟରେ ହଠାତ ଘରେ ପାଣି ପଶି ଗଲା। ଗତକାଲି ବର୍ଷାରେ ରେଳବାଇ ଅଞ୍ଚଳରେ ପାଣି ଜମି ରହିଥଲ। ଏହି ପାଣିକୁ ଆଜି ରେଳ ବାଇ କର୍ତ୍ତୃପକ୍ଷ କ୍ଲିଅର କରି ଦେବାରୁ ହଠାତ ଡ୍ରେନରେ ଅଧିକ ପାଣି ଆସି ଯିବା କୁହା ଯାଉଛି।

ମଛଲି ମାର୍କେଟ ବସ୍ତି ଛଡା ବସ ଷ୍ଟାଣ୍ଡ ରେ ମଧ୍ୟ ଡ୍ରେନ ପାଣି ପଶି ଯିବାରୁ ଲୋକ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବସ ଷ୍ଟାଣ୍ଡ ମଧ୍ୟରେ ହୋଟେଲ ଗୁଡିକ ସାମ୍ନାରେ ପାଣି ଜମି ରହିଛି। ଅପରିଷ୍କାର ଡ୍ରେନ ପାଣି ବସ ଷ୍ଟାଣ୍ଡରେ ଜମି ରହି ଥିବାରୁ ଅସ୍ୱାସ୍ଥ୍ୟକର ପରିସ୍ଥିତି ସୃଷ୍ଟି ହୋଇଛି।

ସ୍ଥାନୀୟ ଜଣ ନେତା କିମ୍ବା ପ୍ରଶାସନ ପହଞ୍ଚି ନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ତେବେ ପ୍ରଶାସନ ପକ୍ଷରୁ ଉଚିତ ପଦକ୍ଷେପ ନିଆଯାଇ ସମସ୍ୟାର ସ୍ଥାୟୀ ସମାଧାନ ଦାବି କରିଛନ୍ତି ସ୍ଥାନୀୟ ଲୋକେ।

Leave A Reply

Your email address will not be published.