ଜଶୀପୁର : ଟ୍ରକ୍ ଧକ୍କା ଦେଲା ବାଇକ୍ କୁ।। ୫ ବର୍ଷ ଶିଶୁର ମୃତ୍ୟୁ।। ବାପା ଗୁରୁତର।। ଶୋଚନୀୟ ଜାତୀୟ ରାଜପଥ ଯୋଗୁଁ ଦୁର୍ଘଟଣା ଘଟୁଥିବା ଅଭିଯୋଗ।

0 223

ମୟୁରଭଞ୍ଜ : ୭/୧୦ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ମୟୁରଭଞ୍ଜ ଜିଲ୍ଲା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ଅବସ୍ଥା ବିଭିନ୍ନ ସ୍ଥାନରେ ଶୋଚନୀୟ ହୋଇ ପଡ଼ିଥିବାରୁ ଦୁର୍ଘଟଣା ଘଟି ଧନ ଜୀବନ ନଷ୍ଟ ହୋଇଯାଇଛି। ଜଶୀପୁର ଅରୁଁଆ ଛକ ନିକଟରେ ଶୁକ୍ରବାର ସନ୍ଧ୍ୟାରେ ରାଜପଥ ଉପରେ ଏକ ଟ୍ରକ ବାଇକ କୁ ଧକ୍କା ଦେବା ଫଳରେ ଜଣ ୫ ବର୍ଷର ନିଷ୍ପାପ ଶିଶୁର ମୃତ୍ୟୁ ହୋଇ ଯାଇଥିବା ବେଳେ ଶିଶୁର ବାପା ଗୁରତର ଅଛନ୍ତି। ସୂଚନା ଅନୁଯାୟୀ ଶୁକ୍ରବାର ସନ୍ଧ୍ୟା ପ୍ରାୟ ସାଢ଼େ ସାତଟା ବେଳେ କୋଲକାତା ପଟୁ  କେନ୍ଦୁଝର ଅଭିମୁଖେ ଯାଉଥିବା ଏକ ଟ୍ରକ ଅପରପଟୁ ଆସୁଥିବା ବାଇକ୍ କୁ ଧକ୍କା ଦେଇଥିଲା। ବାଇକ ରେ ଯାଉଥିବା ବାପା, ପୁଅ ଓ ଶାଶୁ  ଯଶିପୁର ଡାକ୍ତରଖାନା ଯାଉଥିବା ସମୟରେ ଟ୍ରକଟି ଧକ୍କା ଦେବା ସହ ବାଇକ୍ କୁ ଚାପିଦେଇଥିଲା। ଘଟଣା ସ୍ଥଳରେ ୫ ବର୍ଷର ଶିଶୁପୁତ୍ରର ମୃତ୍ୟୁ ହୋଇ ଯାଇଥିଲା। ବାଇକ୍ ଚାଳକ ଶିଶୁର ବାପା ଗୁରୁତର ଅଛନ୍ତି। ଦୁର୍ଘଟଣା ପରେ ଉତ୍ୟକ୍ତ ସ୍ଥାନୀୟ ଲୋକେ ରାସ୍ତା ଉପରେ ଠିଆହୋଇ ପ୍ରତିବାଦ କରିବା ଦେଖିବାକୁ ମିଳିଥିଲା। ବିପର୍ଯ୍ୟସ୍ତ ଜାତୀୟ ରାଜପଥ ଯୋଗୁଁ ଏଭଳି ଦୁର୍ଘଟଣା ଘଟି ଚାଲିଥିଲେ ମଧ୍ୟ ରାସ୍ତା ମରାମତି କାମ ରେ ବିଳମ୍ବ ହେଉଛି ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା।ପୋଲିସ ଟ୍ରକ କୁ ଜବତ କରିବା ସହିତ ତଦନ୍ତ ଜାରି ରଖିଛନ୍ତି।

Leave A Reply

Your email address will not be published.