ସୁନ୍ଦରଗଡ : ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବି।। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କଲେ ଜିଲ୍ଲା ଆଦିବାସୀ ମଞ୍ଚ।
ସୁନ୍ଦରଗଡ : ୬/୧୦ (ସତ୍ୟାନ୍ୟୁଜ) ରାଉରକେଲାରେ କାର୍ଯ୍ୟରତ ଥିବା ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବି କରିଛି ସୁନ୍ଦରଗଡ ଜିଲ୍ଲା ଆଦିବାସୀ ମଞ୍ଚ। ସିବିଆଇ ତଦନ୍ତ ଦାବିରେ ଶୁକ୍ରବାର ଦିନ ମଞ୍ଚ ପକ୍ଷରୁ ସୁନ୍ଦରଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବିଭିନ୍ନ ପ୍ରକାର ପ୍ଲାକାର୍ଡ ଧରି ବିକ୍ଷୋଭକାରୀ ମାନେ ସୁସ୍ମିତାଙ୍କ ପାଇଁ ନ୍ୟାୟ ଦାବି କରିଥିଲେ। ମଞ୍ଚର କର୍ମକର୍ତ୍ତାଙ୍କ ଛଡା ରାଜଗାଙ୍ଗପୁର ବିଧାୟକ ରାଜନ ଏକ୍କା , କଂଗ୍ରେସ ନେତା କିଶୋର ପଟେଲ , ଅମିତା ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ମଞ୍ଚର ଦାବୀକୁ ସମର୍ଥନଦେଇଥିଲେ ।