ସୁନ୍ଦରଗଡ଼ : ମାନବିକତା ଦେଖାଇ ସୁନ୍ଦରଗଡ଼ ବିଧାୟିକା ପ୍ରଶଂସିତ ହେଲେ।। ରାସ୍ତାରେ ଉଲଗ୍ନ ଅବସ୍ଥାରେ ଯାଉଥିବା ଦୁଇ ମହିଳାଙ୍କୁ ତାଙ୍କ ଉତ୍ତରୀୟ ଦେଇ ଲଜ୍ଜାରୁ ବଞ୍ଚାଇଲେ।

0 412

ସୁନ୍ଦରଗଡ : ୭/୧୦ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ବିଧାୟିକା ତାଙ୍କ ମାନବିକତାର ପରିଚୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ସୂଚନା ଅନୁଯାୟୀ ଦୁଇଜଣ ମହିଳା ସମ୍ପୂର୍ଣ୍ଣ ଉଲଗ୍ନ ଅବସ୍ଥାରେ ସୁନ୍ଦରଗଡ଼ କଲେଜ ନିକଟ ଇବ୍ ନଦୀ ବ୍ରିଜ୍ ଉପରେ ଯାଉଥିଲେ। ଏହି ସମୟରେ ବିଧାୟିକା କୁସୁମ ଟେଟେ ସେହି ରାସ୍ତାରେ ଯାଉଥିଲେ। ମହିଳା ଦୁଇ ଜଣଙ୍କୁ ଦେଖିବା ପରେ ତୁରନ୍ତ ତାଙ୍କ ପଖରେ ପହଞ୍ଚି ଯାଇଥିଲେ। ମହିଳା ଦୁଇ ଜଣଙ୍କୁ ନିଜ ଗାଡ଼ିରେ ଥିବା ଉତ୍ତରୀୟ ସାହଯ୍ୟରେ ଘୋଡାଇ ଦେଇ ସେମାନଙ୍କୁ ଲଜ୍ଜାରୁ ରକ୍ଷା କରିଥିଲେ। ପରେ ଖବର ପାଇ ସୁଧାର ଗୃହ ‘ଆସ୍ଥା’ ର କର୍ମକର୍ତ୍ତା ମାନେ ପହଞ୍ଚି ଆମ୍ବୁଲାନ୍ସ ଯୋଗେ ଉକ୍ତ ଦୁଇ ମହିଳାଙ୍କୁ ସୁଧାର ଗୃହକୁ ନେଇ ଯାଇଥିଲେ। ଏବେ ସେଠାରେ ତାଙ୍କର ଚିକିତ୍ସା ଚାଲିଛି। କିନ୍ତୁ ପରିତାପର ବିଷୟ ଯେ ଉକ୍ତ ମହିଳା ଦ୍ୱୟ ଚାଲିଚାଲି ଯାଉଥିବା ବେଳେ ବହୁ ଲୋକ ଦେଖୁଥିଲେ। କିନ୍ତୁ ସେମାନଙ୍କ ଲଜ୍ଜା ନିବାରଣ ପାଇଁ କେହି ଖଣ୍ଡେ କପଡା ଦେଇ ନଥିଲେ। ଗୋଟିଏ ପଟେ ବିଧାୟିକାଙ୍କ ମାନବିକତାର ଚର୍ଚ୍ଚା ହେଉଥିବା ବେଳେ ଅନ୍ୟପଟେ ସାଧାରଣ ଲୋକଙ୍କ ଉଦାସୀନତା ସମସ୍ତଙ୍କୁ ଲଜ୍ଜିତ କରିଛି ।

Leave A Reply

Your email address will not be published.