ରାଉରକେଲା : ମହାରାଷ୍ଟ୍ରର ମଝି ସମୁଦ୍ରରେ ବନ୍ଧା ପଡିଥିବା ବନ୍ଧମୁଣ୍ଡା ତିଲକା ନଗର ୯ ଜଣ ଯୁବକଙ୍କୁ ଉଦ୍ଧାର କଲା ପୋଲିସ।

0 952

ରାଉରକେଲା : ୫/୧୦ (ସତ୍ୟାନ୍ୟୁଜ) ମହାରାଷ୍ଟ୍ର ଦେବାଗଡ଼ ସମୁଦ୍ର ମଝିରେ ଟ୍ରଲରରେ ବନ୍ଧା ପଡିଥିବା ରାଉରକେଲା ବନ୍ଧମୁଣ୍ଡା ତିଲକା ନଗର ଅଞ୍ଚଳର ୯ ଜଣ ଯୁବକଙ୍କୁ ପୋଲିସ ଉଦ୍ଧାର କରିଛି। ଏ ବାବଦରେ ବନ୍ଧମୁଣ୍ଡା ଥାନାରେ ଏକ ମାମଲା ରଜ୍ଜୁ ହେବାପରେ ରାଉରକେଲା ପୋଲିସ ସେଠାକାର ପୋଲିସ ସହ ସମ୍ପର୍କରେ ରହି ଏହି ଉଦ୍ଧାର କାର୍ଯ୍ୟ କରିଥିଲେ। ଉଦ୍ଧାର ହୋଇଥିବା ଯୁବକ ମାନେ ଦୁଇଦିନ ପରେ ରାଉରକେଲାରେ ଆସି ପହଞ୍ଚିବା ସୂଚନା ମିଳିଛି। ସୂଚନା ଯୋଗ୍ୟଯେ ତିଲକା ନଗରର ୯ ଜଣ ଯୁବକଙ୍କୁ କାମ ଦେବାକୁ କହି ଜଣେ ଦଲାଲ ମହାରାଷ୍ଟ୍ରର ଦେବାଗଡ଼ କୁ ନେଇଥିଲେ। ସେଠାରେ ଏକ ମାଛ ଧରା ଟ୍ରଲର ମାଲିକଙ୍କ ପାଖରେ କାମ କରିବାକୁ ଛାଡି ଦେଇଥିଲେ। ଉକ୍ତ ଟ୍ରଲର ମାଲିକ ଏହି ଯୁବକ ମାନଙ୍କୁ ମାସେ କାଳ ମଝି ସମୁଦ୍ରରେ ରଖି କାମରେ ନିୟୋଜିତ କରିଥିଲେ। ଠିକ ଭାବେ ଖାଇବକୁ ମଧ୍ୟ ଦେଉନଥିବା ଅଭିଯୋଗ ହୋଇଥିଲା। ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଯୁବକ ମାନେ ସେମାନଙ୍କୁ ଉଦ୍ଧାର କରିବାକୁ ଆକୁଳ ନିବେଦନ କରିଥିଲେ। ଏହି ଭିଡିଓ ବାର୍ତ୍ତା ସତ୍ୟାନ୍ୟୁଜ ସମେତ ବିଭିନ୍ନ ଗଣ ମାଧ୍ୟମରେ ପ୍ରସାରିତ ହେବାପରେ ପ୍ରଶାସନ ଘଟଣାକୁ ଗୁରୁତ୍ୱର ସହ ନେଇ ଉଦ୍ଧାର ପାଇଁ ଉଦ୍ୟମ ଆରମ୍ଭ କରିଥିଲେ। ବନ୍ଧମୁଣ୍ଡା ପୋଲିସ ଏକ ମାମଲା ରଜ୍ଜୁ କରି ମହାରାଷ୍ଟ୍ର ପୋଲିସ ସହ ସମ୍ପର୍କରେ ରହିଥିଲେ। ଶେଷରେ ଆଜି ବନ୍ଧକ ଥିବା ଯୁବକ ମାନଙ୍କୁ ଉଦ୍ଧାର କରାଯାଇଛି।

Leave A Reply

Your email address will not be published.