ରାଉରକେଲା : ମହାରାଷ୍ଟ୍ରର ସମୁଦ୍ର ମଝିରେ ବନ୍ଧା ପଡିଛନ୍ତି ରାଉରକେଲା ବନ୍ଧମୁଣ୍ଡା ଅଞ୍ଚଳର ୯ ଯୁବକ।। ଉଦ୍ଧାର ପାଇଁ ଭିଡିଓ ମାଧ୍ୟମରେ ନିବେଦନ।

0 3,016

ରାଉରକେଲା: ୫/୧୦ (ସତ୍ୟାନ୍ୟୁଜ) ମହାରାଷ୍ଟ୍ରର ଦେବଗାଡ଼କୁ କାମ କରିବାକୁ ଯାଇ ମଝି ସମୁଦ୍ରରେ ବନ୍ଧା ପଡ଼ିଛନ୍ତି ରାଉରକେଲା ବନ୍ଧମୁଣ୍ଡା ଅଞ୍ଚଳର ୯ ଜଣ ଯୁବକ। ଏହି ଯୁବକ ମାନଙ୍କୁ କାମ ପାଇଁ ନେଇଥିବା ସୁନ୍ଦରଗଡ଼ର ଜଣେ ଦଲାଲ ମାଲିକଙ୍କ ଠାରୁ ମୋଟାଅଙ୍କର ଟଙ୍କା ନେଇ ଫେରାର ହୋଇଯାଇଛି। ଆଜି ବନ୍ଧାପଡ଼ିଥିବା ୯ ଯୁବକଙ୍କ ଆକୁଳ ନିବେଦନ ସମ୍ପର୍କିତ ଭିଡ଼ିଓ ପରିବାର ଲୋକଙ୍କୁ ପଠାଇଛନ୍ତି। ବନ୍ଧାପଡ଼ିଥିବା ଯୁବକମାନେ ହେଲେ ବନ୍ଧମୁଣ୍ଡା ତିଲକାନଗରର ସ୍ନେହାଂଶୁ ପଲ, ଡିକୁ ସୋରେନ୍‌, ଗୟା ସିଂହ, ରାକେଶ ପ୍ରସାଦ, ବିକାଶ ବରୁଆ, ଆଲୋକ ବରୁଆ, ଅଭିନାଶ ନାଗ, ଗୁଡୁ ନାଗ ଓ ଆକାଶ ସନ୍ୟାସୀ। ଭିଡ଼ିଓରେ ବନ୍ଧପଡ଼ିଥିବା ଯୁବକମାନେ କହିବାନୁଯାୟୀ ସେମାନଙ୍କୁ ଗଭୀର ସମୁଦ୍ରରେ ମାଛ ଧରିବା ସହ ସମୁଦ୍ରରେ ମାସ ମାସ ଧରି ରହିବାକୁ ବାଧ୍ୟ କରାଯାଉଛି। ଟ୍ରଲର ମାଲିକମାନେ ସେମାନଙ୍କୁ ଠିକ୍‌ ଭାବେ ଖାଇିବାକୁ ଦେଉନାହାନ୍ତି। ପ୍ରତିବାଦ କଲେ ଟ୍ରେଲର ମାଲିକ ଓ ଅନ୍ୟ କର୍ମଚାରୀମାନେ ଓଲଟା ସେମାନଙ୍କୁ ଧମକଚମକ ଦେଉଛନ୍ତି। ସେମାନଙ୍କ ଜୀବନ ପ୍ରତି ବିପଦ ରହିଛି। ଅଘଟଣ ଘଟିବା ପୂର୍ବରୁ ମଝି ସମୁଦ୍ରରୁ ସେମାନଙ୍କୁ ଉଦ୍ଧାର କରିବାକୁ କାନ୍ଦି କାନ୍ଦି ନିବେଦନ କରିଛନ୍ତି। ମିଳିଥିବା ସୂଚନା ମୁତାବକ ବନ୍ଧମୁଣ୍ଡା ତଲିକାନଗର ରେ ଏହି ଯୁବକ ମାନେ ରହନ୍ତି। ଗତ ସପ୍ତାହ ତଳେ ସୁନ୍ଦରଗଡ଼ର ଜଣେ ଦଲାଲ ବନ୍ଧମୁଣ୍ଡାରେ ରହୁଥିବା ଅନ୍ୟ ଜଣେ ଦଲାଲକୁ କିଛି ଶ୍ରମିକ ଯୋଗାଡ଼ କରିବାକୁ କହିଥିଲେ। ଦଲାଲ ଜଣକ ମାସିକ ୧୫ ହଜାର ଟଙ୍କା, ଖାଇବା ଓ ରହିବା ମାଗଣା ଲୋଭ ଦେଖାଇ ବନ୍ଧମୁଣ୍ଡା ତିଲକାନଗର ୯ ଯୁବକ ଯୋଗାଡ କରିଥିଲେ। ସମସ୍ତଙ୍କୁ ଗୋଆରେ ଭଲ କାମ କରିବାକୁ କହି ବସ୍‌ରେ ସୁନ୍ଦରଗଡ଼ ସହରକୁ ନେଇଯାଇଥିଲେ। ପୂର୍ବରୁ ସେଠାରେ ଅପେକ୍ଷା କରିଥିବା ମୁଖ୍ୟ ଦଲାଲ ୯ ଯୁବକଙ୍କୁ ବୋଲୋରୋ ବସାଇ ସଡ଼କ ପଥରେ ମହାରାଷ୍ଟ୍ରର ଦେବାଗଡ଼ରେ ପହଞ୍ଚିଥିଲେ। ପୂର୍ବ ଯୋଜନା ମୁତାବକ ଦେବାଗଡ଼ରେ ଜଣେ ଟ୍ରେଲର ମାଲିକଙ୍କ ପାଖରେ କାମ ଦେଇଥିଲେ। ମାଲିକଙ୍କଠୁ ମୋଟା ଅଙ୍କର ଅର୍ଥ ଧରି ସୁନ୍ଦରଗଡ଼ ଫେରି ଆସିଥିଲେ। ଦଲାଲ ଜଣକ ସୁନ୍ଦରଗଡ଼ ଫେରି ଆସିବା ପରେ ଟ୍ରେଲର ମାଲିକ ୯ ଯୁବକଙ୍କୁ ସମୁଦ୍ରରେ ମାଛ ଧରା କାମରେ ନିୟୋଜିତ କରିଥିଲେ।

Leave A Reply

Your email address will not be published.