ରାଉରକେଲା : ଦୁଇ ମହିଳା ଅଧିକାରୀଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବିରେ ୧୨ ଘଣ୍ଟିଆ ଜିଲ୍ଲା ବନ୍ଦ ଆରମ୍ଭ।। ବନ୍ଦ ଡାକରା ଦେଇଛି ବିଜେପି

0 834

ରାଉରକେଲା : ୫/୧୦ (ସତ୍ୟାନ୍ୟୁଜ) ବିଜେପି ପକ୍ଷରୁ ଆଜି ୧୨ ଘଣ୍ଟିଆ ସୁନ୍ଦରଗଡ଼ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି। ରାଉରକେଲାରେ କର୍ଯ୍ୟରତ ଦୁଇ ମହିଳା ଅଧିକାରୀଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି। ବିଜେପି ମହିଳା ମୋର୍ଚ୍ଚା ଓ ବିଜେପି ଆଦିବାସୀ ମୋର୍ଚ୍ଚା ପକ୍ଷରୁ ସୁନ୍ଦରଗଡ଼ ଜିଲ୍ଲା ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏ ବନ୍ଦ କରାଯିବା ନେଇ ଦଳ ପକ୍ଷରୁ କୁହାଯାଇଛି।

ରାଉରକେଲା ଏଡିଏମ୍ ଅଫିସରେ କାର୍ଯ୍ୟରତ ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ଓ ଉଦିତନଗର ଥାନାର ଏଏସଆଇ ଅଲିଶ୍ ନାରମି ଲୁଗୁନଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି। ରାଉରକେଲା ସମେତ ଜିଲ୍ଲାର ସୁନ୍ଦରଗଡ଼ , ବଣାଇ, ଗୁରୁଣ୍ଡିଆ, ଲହୁଣୀପଡା, କୋଇଡା ,ବିରମିତ୍ରପୁର , ରାଜଗାଙ୍ଗପୁର ଆଦି ଅଞ୍ଚଳରେ ବନ୍ଦର ପ୍ରଭାବ ପରିଲକ୍ଷିତ ହୋଇଛି। ଦୋକାନ ବଜ଼ାର ବନ୍ଦ ରହିଥିବା ବେଳେ ଯାନ ବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି।
ବନ୍ଦ ପ୍ରଭାବରେ ବିଭିନ୍ନ ଅଞ୍ଚଳର ଜାତୀୟ ରାଜପଥ ଦୁଇ ପାର୍ଶ୍ୱରେ ଗାଡିମଟର ଅଟକି ରହିଥିବାବେଳେ ବସ ଚଳାଚଳ ବାଧାପ୍ରାପ୍ତ ହୋଇଛି। ରାଉରକେଲା ସମେତ ବିଭିନ୍ନ ସ୍ଥାନରେ ବିଜେପି ପକ୍ଷରୁ ପିକେଟିଂ କରାଯିବା ସହ ଦୋକାନ ବଜ଼ାର ବନ୍ଦ କରା ଯାଉଥିବା ଦେଖାଯାଉଛି।

Leave A Reply

Your email address will not be published.