ରାଉରକେଲା : ଟ୍ରେନ ଯାତ୍ରୀ ସୁବିଧା ଏବଂ ରେଳ ଷ୍ଟେସନ ଉନ୍ନତି କରଣ ଦାବି କଲେ ଶୁଭ ପଟ୍ଟନାୟକ।। ଜୋନାଲ ପରାମର୍ଶଦାତା କମିଟି ବୈଠକରେ ଦାବି।

0 341

ରାଉରକେଲା : ୪/୧୦ ( ସତ୍ୟାନ୍ୟୁଜ ) ରାଉରକେଲା ଷ୍ଟେସନ ଉନ୍ନତି କରଣ ଏବଂ ଯାତ୍ରୀ ସେବାରେ ସୁବିଧା ପାଇଁ ଅଣ୍ଟା ଭିଡିଛନ୍ତି ରାଉରକେଲା ବଣିକ ସଂଘର ପୂର୍ବତନ ସଭାପତି ସୁବ୍ରତ ପଟ୍ଟନାୟକ। ସେ ଏବେ ରେଳ ପରାମର୍ଶଦାତା କମିଟିର ଜୋନାଲ
ସଦସ୍ୟ ମଧ୍ୟ ଅଛନ୍ତି। ଗତ ସେପ୍ଟେମ୍ବର ୨୭ ତାରିଖରେ କୋଲକାତା ଠାରେ ରେଳ ଜୋନାଲ ପରାମର୍ଶଦାତା କମିଟିର ବୈଠକ ହୋଇଥିଲା। ଦକ୍ଷିଣ ପୂର୍ବ ରେଳବାଇର ମହାପ୍ରବନ୍ଧକ ଅନୀଲ ମିଶ୍ରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ , ସାଂସଦ ଏବଂ ରେଳବାଇର ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିଲେ। ରାଉରକେଲା ବଣିକ ସଙ୍ଘର ପୂର୍ବତନ ସଭାପତି ସୁବ୍ରତ ପଟ୍ଟନାୟକ ମଧ୍ୟ ଏହି ବୈଠକରେ ଯୋଗଦେଇ ରାଉରକେଲା ରେଳ ଷ୍ଟେସନ ଉନ୍ନତି କରଣର ପ୍ରସଙ୍ଗ ଉଠାଇ ଥିଲେ। ଏହାସହ ହଟିଆ-ଗୋରଖପୁର ମୌର୍ଯ୍ୟ ଏକ୍ସପ୍ରେସକୁ ରାଉରକେଲା ପର୍ଯ୍ୟନ୍ତ ଆଣିବା ଦାବି କରିଥିଲେ। ରାଉରକେଲାକୁ ଇଷ୍ଟକଷ୍ଟ ରେଲୱେରେ ସାମିଲ କରିବାକୁ ସୁବ୍ରତ ପଟ୍ଟନାୟକ ଦାବି କରିଥିଲେ। ଏହା ହେଲେ ରେଳଯାତ୍ରୀ ସୁବିଧା ସମ୍ପର୍କିତ ଅନେକ ସମସ୍ୟାର ସମାଧାନ ହୋଇପାରିବ ବୋଲି ସୁବ୍ରତ କହିଛନ୍ତି। ବୁଧବାର ଦିନ ରାଉରକେଲା ବଣିକ ସଙ୍ଘ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ରେଳବାଇ ଉନ୍ନତି କରଣ ପାଇଁ ଅନ୍ୟ କେତେକ ଦାବି ମଧ୍ୟ ଉଠାଇଛନ୍ତି ସୁବ୍ରତ।

Leave A Reply

Your email address will not be published.