ମୟୁରଭଞ୍ଜ : ମୟୁରଭଞ୍ଜ ଫୁଟବଲ ଏକାଡେମୀ ପକ୍ଷରୁ ଦୂତୀୟ ବାର୍ଷିକ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ।। ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ।

0 344

ମୟୁରଭଞ୍ଜ : ୪/୧୦ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ମୟୂରଭଞ୍ଜ ଫୁଟବଲ ଏକାଡେମୀ ପକ୍ଷରୁ ଦ୍ବିତୀୟ ବାର୍ଷିକ ଫୁଟବଲ ଟୁର୍ନାମେଣ୍ଟ ୨୦୨୩ ଆରମ୍ଭ ହୋଇଛି। ରାଇରଙ୍ଗପୁର ସହରର ସ୍ଥାନୀୟ କଚେରୀ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟ ବାମନଘାଟୀ ଉପଖଣ୍ଡର ସମୁଦାୟ ୮ଟି ଦଳ ଅଂଶଗ୍ରହଣ କରିଥିଲେ। ଗତ ୨ ତାରିଖ ଦିନ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ । ମଙ୍ଗଳବାର ଦିନ ସେମି ଫାଇନାଲ ମ୍ୟାଚ ଏମ୍ ଡି ବାସ୍କେ ଜାମଦା ୧୧ ଏବଂ ୟଙ୍ଗ ବଏଜ୍ ମଧ୍ୟରେ ହୋଇଥିଲା । ସେହିପରି ବାରିପଦାରେ ହେଉଥିବା ୮ଟି ଦଳ ମଧ୍ୟରୁ ହୋଇଥିବା ସେମି ଫାଇନାଲ ମ୍ୟାଚରେ ବିଜୟୀ ଦଳ ଫାଇନାଲ ଖେଳିବା ପାଇଁ ଯଶିପୁର କୁ ଯ
ଯିବେ। ମୟୂରଭଞ୍ଜ ଫୁଟବଲ ଏକାଡେମୀର ସଦସ୍ୟ ମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଦିଲ୍ଲୀପ କୁମାର ମହାନ୍ତି,ସଂଜୟ କୁମାର ନାୟକ,ଗୁରୁବା ମୁର୍ମୁ, କିଶୋର କୁମାର ମହାନ୍ତ, ଫାଗୁ ମାଣ୍ଡି, ପରବା ବାବୁ, ଦୁଷ୍ମନ୍ତ କୁମାର ବସା ପ୍ରମୁଖ ଟୁର୍ଣ୍ଣାମେଣ୍ଟ ଅୟୋଜନରେ ସକ୍ରିୟ ଅଂଶ ଗ୍ରହଣ କରିଛନ୍ତି।

Leave A Reply

Your email address will not be published.