ରାଉରକେଲା : ମାନବିକତା ପରିବାର ପକ୍ଷରୁ ଡେଙ୍ଗୁ , ଚିକେନ୍ ଗୁନିଆ ସଚେତନତା କାର୍ଯ୍ୟକ୍ରମ।। ବାଜା ବଜାଇ ବସ୍ତି ଅଞ୍ଚଳରେ ସଚେତନ କରାଇଲେ।
ରାଉରକେଲା : ୩/୧୦ (ସତ୍ୟାନ୍ୟୁଜ) ଚଳିତ ବର୍ଷ ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟାରେ ରେକର୍ଡ ବୃଦ୍ଧି ହୋଇଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲା ରେ ମଧ୍ୟ ଡେଙ୍ଗୁ ଓ ଚିକେନଗୁନିଆ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଏହା ସାଙ୍ଗକୁ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ସଂଖ୍ୟା ମଧ୍ୟ ବଢୁଛି। ଚିକିତ୍ସା ନିମନ୍ତେ ସରକାରୀ ହସ୍ପିଟାଲ ସମେତ ପିଏଚସି ଓ ସିଏଚସି ରେ ବ୍ୟବସ୍ଥା କରାଯାଇଛି। ମାତ୍ର ରୋଗ ଚିକିତ୍ସା ଠାରୁ ରୋଗ ନହେବା ନେଇ ପ୍ରତିଷେଧକ ବ୍ୟବସ୍ଥା କଲେ ଏହି ରୋଗ କୁ ନିୟନ୍ତ୍ରଣ କରିବା ଅଧିକ ସୁବିଧା ଓ ସହଜ ହେବ। ଏଥି ନିମନ୍ତେ ବ୍ୟାପକ ସଚେତନତା ଜରୁରୀ। ସରକାରୀ ସ୍ତରରେ ସଚେତନତା ସୃଷ୍ଟି କରିବା ପାଇଁ ଟିଭି, ରେଡ଼ିଓ, ସୋସିଆଲ ମିଡ଼ିଆ ରେ ପ୍ରଚାର ଓ ପ୍ରସାର ଜାରି ରହିଛି। ଏହି କାର୍ଯ୍ୟକ୍ରମ କୁ ଆହୁରି ବ୍ୟାପକ କରିବା ପାଇଁ ଯାଇ ମାନବିକତା ପରିବାର ପକ୍ଷରୁ ଇସ୍ପାତ ସହର ମଧ୍ୟରେ ଓ ସଂଲଗ୍ନ ଗଢି ଉଠିଥିବା ବିଭିନ୍ନ ବସ୍ତି ରେ ଡେଙ୍ଗୁ ଓ ଚିକେନଗୁନିଆ ରୋଗ କିପରି ନ ବ୍ଯାପିବ ସେ ନେଇ ବାଜା ବଜାଇ ସଚେତନ ଶୋଭାଯାତ୍ରା ସହ ଘରକୁ ଘର ଯାଇ ଲୋକଙ୍କୁ ବୁଝାଇବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଆଜି ଆନୁଷ୍ଠାନିକ ଭାବେ ମାନବିକତା ପରିବାର ର ଅଧ୍ୟକ୍ଷ ପ୍ରଶାନ୍ତ ସେଠୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଓ ସଂଯୋଜକ ସରୋଜ ନାୟକ ଙ୍କ ନେତୃତ୍ବରେ ଏହି କାର୍ଯ୍ୟକ୍ରମ ସେକ୍ଟର-7 ମୁଣ୍ଡାରୀ ବସ୍ତି ରୁ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ଯୁବ ଓ ମହିଳା ମାନେ ସ୍ବତଃ ପ୍ରବୃତ୍ତ ଯୋଗ ଦେଇଥିଲେ। ଘରେ ସ୍ବଛତା ବଜାୟ ରଖିବା ସହ ଆଖପାଖ ପରିବେଶ ସ୍ବଛତା ରଖିବା ପାଇଁ ସମସ୍ତ ଙ୍କୁ ନିବେଦନ କରାଯିବା ସହ ପାଣି ଜମୁଥିଲେ ତାହା ନିଷ୍କାସନ ପାଇଁ ବ୍ଯାବସ୍ଥା କରିବା,କୁଲର ,ମାଠିଆ ଓ ବିଭିନ୍ନ ପାତ୍ର ର ପାଣି ଅଳ୍ପ ଦିନ ମଧ୍ୟରେ ବଦଳାଇବା। ପାଣି ଜମୁଥିବା ସ୍ଥାନରେ ବ୍ଲିଚି଼ଂ ପାଉଡର ପକାଇବା।ଘରେ ମଶାରୀ ଟାଙ୍ଗୀ ଶୋଇବା।ଗାଈ ଗୋରୁ ଓ ଗୃହପାଳିତ ପଶୁ ଙ୍କ ନିକଟରେ ମଶା ଧୂଆଁ ଦେବା ଉପରେ ଗୁରୁତ୍ୱ ଦିଆଯାଇଥିଲା। କାର୍ଯ୍ୟକ୍ରମ ଟି ମୁଣ୍ଡାରୀ ବସ୍ତିରୁ ଆରମ୍ଭ ହୋଇ ସୁବାସପଲି ଓ ଭିଏସଏସ ପଲ୍ଲୀ ସେକ୍ଟର 6,7,8 ଅଞ୍ଚଳ ପର୍ଯ୍ୟନ୍ତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମାନବିକତା ପରିବାର ର ବାବୁ ମହାନ୍ତି, ବିଶ୍ୱ ରାଉତ, ରବି ରାୟ, ଲିଟୁ ମହାପାତ୍ର, ଦେବବ୍ରତ ନାୟକ, ପାର୍ଥ ନାୟକ, ଜିତେନ ମାଛଖଣ୍ଡ , କିଷାନ , ସୋନୁ ସିଂ ଓ ଅନ୍ୟମାନେ ସହଯୋଗ କରିଥିଲେ।