ରାଉରକେଲା : ପୁଣି ଫେରୁଛି ଫୁଟବଲ କ୍ରେଜ୍।। ଉଦିତନଗର ମିନି ଷ୍ଟାଡିୟମରେ ଛୋଟ ପିଲାଙ୍କୁ ପ୍ରତିଦିନ ଦିଆଯାଉଛି ପ୍ରଶିକ୍ଷଣ।

0 370

ରାଉରକେଲା : ୩/୧୦ (ସତ୍ୟାନ୍ୟୁଜ) ପୁଣି ଫେରୁଛି ଫୁଟବଲ କ୍ରେଜ୍। ଏକ ସମୟ ଥିଲା ରାଜ୍ୟରେ ଫୁଟବଲ ଖେଳ ପ୍ରତି ଲୋକଙ୍କ ବେଶ ଆଗ୍ରହ ଥିଲା। ବହୁ ଉଦୀୟମାନ ଖେଳାଳୀ ମଧ୍ୟ ବାହାରୁ ଥିଲେ। କିନ୍ତୁ ପରେ ଏହି ଖେଳର କ୍ରେଜ୍ କମି ଯାଇଥିଲା। ଏବେ କିନ୍ତୁ ଫୁଟବଲ ଖେଳ ପ୍ରତି ପୁଣି ଆଗ୍ରହ ସୃଷ୍ଟି ହେଲାଣି। ଛୋଟ ବୟସରୁ ପିଲାଙ୍କୁ ଫୁଟବଲ ଖେଳ ପାଇଁ ପ୍ରଶିକ୍ଷଣ ଦିଆଯାଉଛି। ରାଉରକେଲା ଉଦିତନଗର ମିନି ଷ୍ଟାଡିୟମରେ ଏବେ ୭ ରୁ ୧୪ବର୍ଷର ପିଲାଙ୍କୁ ଫୁଟବଲ ଖେଳର ତାଲିମ ଦିଆଯାଉଛି। ତାଲିମ ଦେଉଛନ୍ତି କଳିଙ୍ଗ ସ୍ପୋର୍ଟସ ଫେଡରେଶନରେ ଅଭିଜ୍ଞ କୋଚ୍ ମାନେ।

ଏହି ଫୁଟବଲ ଖେଳ ତାଲିମ ପ୍ରତିଦିନ ଅପରାହ୍ନରେ ଦିଆଯାଇଥାଏ। କଳିଙ୍ଗ ସ୍ପୋର୍ଟସ ଫେଡରସନର ପ୍ରାୟ ୫୦ ଜଣ କୋଚ୍ ପ୍ରଶିକ୍ଷଣ ଦେବାରେ ସାମିଲ ହୋଇଛନ୍ତି। ସହର ସହ ଗାଁ ଏବଂ ବସ୍ତି ଅଞ୍ଚଳରୁ ପିଲା ମାନଙ୍କୁ ମାଗଣାରେ ଦିଆଯାଉଛି କୋଚିଂ। ଫୁଟବଲ ବାବଦରେ ବୈଷୟିକ ତାଲିମ ପାଇ ପିଲାମାନେ ମଧ୍ୟ ଖୁବ ଖୁସି ଅଛନ୍ତି।

ପୂର୍ବରୁ କଳିଙ୍ଗ ସ୍ପୋର୍ଟସ ଫେଡରେଶନ ପକ୍ଷରୁ ବିଶ୍ରା ମଇଦାନରେ ପିଲାମାନଙ୍କୁ ଫୁଟବଲ ପ୍ରଶିକ୍ଷଣ ଦିଆଯାଉଥିଲା। ଏବେ ସେଠାରେ ସ୍ପୋର୍ଟସ କମ୍ପ୍ଲେକ୍ସ ହୋଇ ଯାଇଥିବାରୁ ପିଲା ମାନଙ୍କୁ ସେଠାରେ କୋଚିଂ ଦିଆଯାଇ ପାରୁ ନାହିଁ। ଏବେ ରାଉରକେଲା ଏଡିଏମ ଙ୍କ ପ୍ରୟାସରେ ଉଦିତନଗର ମିନି ଷ୍ଟାଡିୟମରେ ଫୁଟବଲ ପ୍ରଶିକ୍ଷଣ ଦିଆଯାଉଛି।

Leave A Reply

Your email address will not be published.