ରାଉରକେଲା : ମହିଳା ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜ ମୃତ୍ୟୁ ମାମଲା।। ସିବିଆଇ ତଦନ୍ତ ଦାବି କଲେ ଜର୍ଜ ତିର୍କୀ , କଂଗ୍ରେସ ଏବଂ ବିଜେପି।
ରାଉରକେଲା : ୩/୧୦ (ସତ୍ୟାନ୍ୟୁଜ) ମହିଳା ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜଙ୍କ ପାଣିରେ ବୁଡି ମୃତ୍ୟୁ ମାମଲା ଦିନକୁ ଦିନ ଜଟିଳ ହେଉଛି। ଏହି ଘଟଣାର ସିବିଆଇ ତଦନ୍ତ ଦାବି କରି ମଙ୍ଗଳବାର ଦିନ ବିରମିତ୍ରପୁରର ପୂର୍ବତନ ବିଧାୟକ ଜର୍ଜ ତିର୍କୀଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସରକାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିବାକୁ ନିବେଦନ କରାଯାଇଥିଲା। ରାଉରକେଲା ଏସପିଙ୍କ କାର୍ଯ୍ୟାଳୟ ନିକଟରେ ଅୟୋଜିତ ଏହି ବିକ୍ଷୋଭରେ ଶତାଧିକ ଲୋକ ଯୋଗଦେଇ ଥିଲେ।ଏ ବାବଦରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ରାଉରକେଲା ଏସପିଙ୍କୁ ପ୍ରଦାନ କରାଯାଇଥିଲା।
ଅନ୍ୟପକ୍ଷରେ ବିଳମ୍ବରେ ହେଲେ ମଧ୍ୟ ଏହି ପ୍ରସଙ୍ଗରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାପତି ସୁସ୍ମିତା ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବି କରିଥିଲେ।
ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ଘଟଣାରେ ମହିଳା କଂଗ୍ରେସ ପକ୍ଷରୁ ମଧ୍ୟ ସିବିଆଇ ଯାଞ୍ଚ ଦାବି କରାଯାଇଛି। ସୋମବାର ଦିନ ମହିଳା କଂଗ୍ରେସ ପକ୍ଷରୁ ପାନପୋଷ ଗାନ୍ଧୀ ଛକ ଠାରେ ଏକ ମୌନ ପ୍ରତିବାଦ ସଭା ଅୟୋଜନ କରା ଯାଇଥିଲା।