ସୁନ୍ଦରଗଡ : ପାସେଞ୍ଜର ଟ୍ରେନ ରହଣି ଦାବିରେ ହେମଗିରି ଷ୍ଟେସନରେ ରେଳ ରୋକ।। ଝାରସୁଗୁଡା-ବିଳାସପୁର ମାର୍ଗରେ ରେଳ ଚଳାଚଳ ବାଧାପ୍ରାପ୍ତ।
ସୁନ୍ଦରଗଡ଼ : ୩/୧୦ (ସତ୍ୟାନ୍ୟୁଜ) ପାସେଞ୍ଜର ଟ୍ରେନ ରହଣୀ ଦାବି ରେ କନିକା ବାସୀ ମଙ୍ଗଳବାର ଦିନ ୧୨ ଘଣ୍ଟିଆ ରେଳ ରୋକ ଆନ୍ଦୋଳନ କରିଛନ୍ତି । ସୁନ୍ଦରଗଡ଼ ଜିଲ୍ଲା ହେମଗିରି ରେଲୱେ ଷ୍ଟେସନ ରେ ଦୁଇଟି ଯାତ୍ରୀବାହୀ ଟ୍ରେନ ରହଣି ଦାବିରେ ଏହି ଆନ୍ଦୋଳନ କରାଯାଇଛି। ଟାଟା – ଇତାୱାରି ଓ ଟାଟା – ବିଲାସପୁର ପାସେଞ୍ଜାର ଟ୍ରେନ ରହଣୀ ଦାବିରେ ରେଳ ରୋକ କରିଛନ୍ତି କନିକା ବାସୀ । ୧୨ ଘଣ୍ଟିଆ ରେଳରୋକ ଆନ୍ଦୋଳନ ଯୋଗୁଁ ଝାରସୁଗୁଡ଼ା , ବିଲାସପୁର ମାର୍ଗରେ ରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ରେଳରୋକ ସହ ୧୨ ଘଣ୍ଟିଆ କନିକା ବନ୍ଦ ଡାକରା ମଧ୍ୟ ଦିଆଯାଇଛି । ମାସକ ପୂର୍ବରୁ ମଧ୍ୟ ଏହି ଦାବି ନେଇ ଆନ୍ଦୋଳନ କରିଥିଲେ କନିକା ବାସୀ। ସେତେବେଳେ ଟ୍ରେନ ରହଣି ପାଇଁ ରେଳ ବିଭାଗ ପକ୍ଷରୁ ପ୍ରତିଶୃତି ଦିଆଯାଇଥିଲା। ପ୍ରତିଶୃତି ଏପର୍ଯ୍ୟନ୍ତ ପାଳନ ହୋଇ ନଥିବାରୁ ଆଜି ୧୨ ଘଣ୍ଟିଆ ରେଳ ରୋକ ଆନ୍ଦୋଳନ ଡାକରା ଦିଆଯାଇଛି ।