ସୁନ୍ଦରଗଡ : କାନ୍ଥ ଭୁଶୁଡି ପଡିବାରୁ ଚାପି ହୋଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ।। ବଡ଼ଗାଁ ଥାନା ଜରଙ୍ଗଲୋଇ ଗାଁରେ ଘଟିଛି ଏହି ଅଘଟଣ।
ସୁନ୍ଦରଗଡ଼: ୩/୧୦ (ସତ୍ୟାନ୍ୟୁଜ) ଘରେ ଶୋଇଥିବା ବେଳେ ମାଟି କାନ୍ଥ ଭୁଶୁଡି ପଡିବାରୁ କାନ୍ଥ ତଳେ ଚାପି ହୋଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଛି। ସୋମବାର ବିଳମ୍ବିତ ରାତିରେ ଘଟିଛି ଏହି ଦୁଃଖଦ ଘଟଣା। ଲଗାଣ ବର୍ଷା ଯୋଗୁଁ କାନ୍ଥ ଦୁର୍ବଳ ହୋଇ ଭୁଷୁଡି ପଡିଥିବା ଆଶଙ୍କା କରାଯାଉଛି। ସୁନ୍ଦରଗଡ଼ ବଡ଼ଗାଁ ଥାନା ଜରଙ୍ଗଲୋଇ ଗାଁ ର ଏହି ଘଟଣା । ମୃତକ ହେଲେ କୁରୁନାଥ କାନ୍ତା । ଲଘୁଚାପ ପ୍ରଭାବରେ ସୁନ୍ଦରଗଡ଼ ଜିଲ୍ଲା ରେ ଲଗାଣ ବର୍ଷା ଲାଗି ରହିଛି । ଫଳରେ ମାଟି କାନ୍ଥ ଓଦା ହୋଇ ବିଳମ୍ବିତ ରାତିରେ ଭୁଷୁଡି ପଡ଼ିଥିଲା । ଯେଉଁଥିରେ କାନ୍ଥ ତଳେ କୁରୁନାଥ କାନ୍ତା ଚାପି ହୋଇ ଯାଇଥିଲେ । ତାଙ୍କୁ ଉଦ୍ଧାର କରି ବଡ଼ଗାଁ ହସ୍ପିଟାଲକୁ ନିଆଯାଇଥିଲା। ଡ଼ାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।