ସୁନ୍ଦରଗଡ଼ : ୨/୧୦ (ସତ୍ୟାନ୍ୟୁଜ) ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟ ଏବଂ ଜିଲ୍ଲା ପ୍ରଶାସନ ଦ୍ବାରା ଜାତିର ଜନକ ମହାତ୍ମା ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଜୀ ଙ୍କ ଜୟନ୍ତୀ ପାଳିତ ହୋଇଯାଇଛି।
ଏହି ଅବସରରେ ଆଜି ପ୍ରାତଃ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଦ୍ଵାରା ସୁନ୍ଦରଗଡ଼ ସହର ମଧ୍ୟରେ ରାମଧୁନ ପରିବେଷଣ କରାଯାଇଥିଲା। ଏହି ଅବସରରେ ବିଭିନ୍ନ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସଚେତନତା ଶୋଭାଯାତ୍ରା କରାଯାଇଥିଲା । ସେହିପରି ସହର ମଧ୍ୟରେ ଅବସ୍ଥିତ ଥିବା ତଥା ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଥିବା ଗାନ୍ଧୀଜୀ ଓ ଶାସ୍ତ୍ରୀଜୀଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରଯାଇଥିଲା। ପରେ ପରେ ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ସର୍ବଧର୍ମ ପ୍ରାର୍ଥନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଶ୍ରୀ ହେମନ୍ତ କୁମାର ଦାଶ, ଜନାବ ମୁକ୍ତାର ଅହମ୍ମଦ, ରବିନ୍ଦର୍ କୌର, ରେବ୍ ସେଜାନ ସୁରିନ ପ୍ରମୁଖ ବିଭିନ୍ନ ଧର୍ମ ଗୁରୁ ମାନେ ନିଜ ନିଜ ଧର୍ମଗ୍ରନ୍ଥ ରୁ ପଙ୍କ୍ତି ମାନ ଉଚ୍ଚାରଣ କରିଥିଲେ। କାର୍ଯ୍ୟକ୍ରମ ରେ କଳାକାର ମାନଙ୍କ ଦ୍ଵାରା ଗାନ୍ଧୀଜୀ ଙ୍କ ପ୍ରିୟ ଆଶ୍ରମ ଭଜନ ‘ବୈଷ୍ଣବ ଜନତୋ ‘ ଏବଂ ‘ ରଘୁପତି ରାଘବ ରାଜା ରାମ ‘ ପରିବେଷଣ କରାଯାଇଥିଲା।
ଏହି ଦିବସ ପାଳନ ଅବସରରେ ବିଭିନ୍ନ ବିଦ୍ୟାଳୟ ସ୍ଥରୀୟ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବକୃତା, ପ୍ରବନ୍ଧ ତଥା ଚିତ୍ରାଙ୍କନ ପ୍ରତିଯୋଗିତା ଅନଷ୍ଠିତ ହୋଇଥିଲା। ଆଜି ସେହି ପ୍ରତିଯୋଗୀତା ରେ କୃତି ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥି ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ ପୁରସ୍କୃତ କରିଥିଲେ। ସେହିଭଳି ସ୍ଥାନୀୟ ସରକାରୀ ମହାବିଦୟାଳୟ ଠାରେ ଗାନ୍ଧୀଜୀ ଙ୍କ ବିଚାର ଓ ଆଦର୍ଶ ଉପରେ ଏକ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା । ଏଥିରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଅମୂଲ୍ୟ କୁମାର
ପଧାନ ଓ ସରକାରୀ ମହିଳା ମହାବିଦ୍ୟାଳୟର ଅତିଥି ଅଧ୍ୟାପିକା ଶ୍ରୀମତୀ ସୁସ୍ମିତା ଭୋଇ ବକ୍ତା ଭାବେ ଯୋଗ ଦେଇ ଗାନ୍ଧୀଜୀ ଙ୍କ ଜୀବନୀ ତଥା ତାଙ୍କର ବିଚାର ଓ ଆଦର୍ଶ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଆଲୋଚନାଚକ୍ର ରେ ସରକାରୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼. ଲଳିତ ରଞ୍ଜନ ସାହୁ ତଥା ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଓ ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ।
ଆଜିର ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ଡ଼ା. ପରାଗ ଗଭାଲି, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ମନୋଜ ମହାଜନ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ ଏବଂ ଶ୍ରୀ ଅଭିମନ୍ୟୁ ମାଝୀ, ସଦର ଉପଜିଲ୍ଲାପାଳ ଶ୍ରୀ ଦାଶରଥି ସରାବୁ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ପ୍ରଶାସକ ଶ୍ରୀ ଧୀରେନ୍ଦ୍ର କୁମାର ସେଠୀ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଅମୂଲ୍ୟ କୁମାର ପଧାନ, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ପବିତ୍ର ମୋହନ ପ୍ରଧାନ,ଡେପୁଟି କଲେକ୍ଟର ଶ୍ରୀମତୀ କୁନ୍ତୀ ନାୟକ, ଡି.ଆଇ. ଓ. , ଏନ. ଆଇ. ସି. ଶ୍ରୀ କାନ୍ଦ୍ରା ହେମ୍ବ୍ରମ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଅଶୋକ ହାବଡା ସିଂ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ ତଥା ଅନ୍ୟାନ୍ୟ ଅଧିକାରୀ, ବରିଷ୍ଠ ନାଗରିକ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ।