ରାଉରକେଲା : ରାଉରକେଲାରେ ଆଜିଠାରୁ ଗଡିଲା ସାଇବର ସୁରକ୍ଷା ସଚେତନତା ରଥ।। ଏସପି ପତାକା ହଲାଇ ଶୁଭାରମ୍ଭ କଲେ ।

0 389

ରାଉରକେଲା : ୨/୧୦ (ସତ୍ୟାନ୍ୟୁଜ) ରାଉରକେଲାରେ ଆଜିଠାରୁ ଗଡିଲା ସାଇବର ସୁରକ୍ଷା ସଚେତନତା ରଥ । ଗତ ସେପ୍ଟେମ୍ୱର ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ରାଜ୍ୟ ରେ ବଢୁଥିବା ସାଇବର ଅପରାଧ ରୁ ଲୋକଙ୍କୁ ସୁରକ୍ଷିତ ରହିବା ଉଦ୍ଦେଶ୍ୟ ରେ ସାଇବର ସୁରକ୍ଷା ଅଭିଯାନ ୨୦୨୩ ର ଶୁଭାରମ୍ଭ କରିଥିଲେ। ଆଜି ଏହି କ୍ରମରେ ରାଉରକେଲାରେ ସାଇବର ସୁରକ୍ଷା ସଚେତନତା ରଥ ର ଶୁଭାରମ୍ଭ କରାଯାଇଛି । ରାଉରକେଲା ଏସପି ଙ୍କ କାର୍ଯ୍ୟାଳୟ ସମ୍ମୁଖ ରୁ ଆରମ୍ଭ ଏହି ରଥ ଆଜିଠାରୁ ଅକ୍ଟୋବର ୧୫ ଯାଏଁ ରାଉରକେଲା ପୋଲିସ ଜିଲ୍ଲା ର ବିଭିନ୍ନ ଥାନା ଅଞ୍ଚଳ ଏବଂ ବ୍ଲକ ଏରିଆକୁ ଯାଇ ଲୋକଙ୍କୁ ସଚେତନ କରାଇବ । ଏହି ରଥ ପରିକ୍ରମା ନିଶ୍ଚିତ ଭାବରେ ଲୋକ ଙ୍କୁ ସଚେତନ କରାଇବ ଏବଂ ଜିଲ୍ଲା ରେ ସାଇବର ଅପରାଧ ସଂଖ୍ୟା ହ୍ରାସ କରାଇବାରେ ସହାୟକ ହେବ ବୋଲି ଏସପି ମିତ୍ରଭାନୁ ମହାପାତ୍ର କହିଛନ୍ତି।

Leave A Reply

Your email address will not be published.