ରାଉରକେଲା : ସୁସ୍ମିତା ମିଞ୍ଜ ମୃତ୍ୟୁ ମାମଲା : ସେଂସୋରି ପାର୍କ ପୋଖରୀରେ ଡ଼ିଏସପି ବନିତା ମାଝୀଙ୍କ ଯାଞ୍ଚ।। ସାଙ୍ଗରେ ଥିଲେ ଫାୟାର ଟିମ୍।
ରାଉରକେଲା : ମହିଳା ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜ ମୃତ୍ୟୁ ମାମଲା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ସୁସ୍ମିତାଙ୍କ ନିଖୋଜ ମାମଲାର ଯାଞ୍ଚ କରୁଥିବା ଉଦିତନଗର ଥାନାର ମହିଳା ପୋଲିସ ଅଧିକାରୀ ଆଲିଶ୍ ନର୍ମି ଲୁଗୁନ ଙ୍କ ରବିବାର ଦିନ ଅକସ୍ମାତ ମୃତ୍ୟୁ ଘଟଣା ବିଭିନ୍ନ ପ୍ରକାର ସନ୍ଦେହ ସୃଷ୍ଟି କରିଛି। ତେବେ ସୁସ୍ମିତା ମିଞ୍ଜ ମୃତ୍ୟୁ ମାମଲାର ତଦନ୍ତ କରୁଥିବା ଡ଼ିଏସପି ବନିତା ମାଝୀ ଆଜି ଘଟଣା ସ୍ଥଳ ସେଂସୋରି ପାର୍କରେ ଯାଞ୍ଚ ଆରମ୍ଭ କରିଛନ୍ତି। ପାର୍କରେ ଥିବା ପୋଖରୀରୁ ୧୯ ସେପ୍ଟେମ୍ବରରେ ସୁସ୍ମିତା ଙ୍କ ମୃତ ଦେହ ମିଳିଥିଲା। ଆଜି ଡ଼ିଏସପି ବନିତା ମାଝି ଫାୟାର ଟିମ୍ ସହ ଉକ୍ତ ପାର୍କ ଏବଂ ପୋଖରୀରେ ଯାଞ୍ଚ ଆରମ୍ଭ କରିଛନ୍ତି। ଏହା ପୂର୍ବରୁ ସେ ସୁସ୍ମିତା ରହୁଥିବା ରାଧିକା ହୋଟେଲରେ ଯାଞ୍ଚ କରିଥିଲେ।