ଶିମିଳିପାଳ : ବିକ୍ରି ପାଇଁ ରଖାଯାଇ ଥିବା ବାଘ ଛାଲ ଜବତ।। ଜଣେ ଶିକାରୀ ଗିରଫ।

0 349

ମୟୁରଭଞ୍ଜ : ୨/୧୦ (ସତ୍ୟାନ୍ୟୁଜ) ପୋଲିସ ଏବଂ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର ମିଳିତ ଚଢ଼ାଉରୁ ପୁଣି ଉଭୟ ବିଭାଗକୁ ମିଳିଛି ଏକ ବଡ ସଫଳତା। ଶୁକ୍ରବାର ଶିମିଳିପାଳ ଅଭୟାରଣ୍ୟରୁ ପୁଣି ଏକ କଲରାପତରିଆ ବାଘଛାଲ ଜବତ ହୋଇଛି। ଏସ.ଟି.ଆର ଓ ପୋଲିସର ମିଳିତ ଚଢାଉରେ ଡୁକୁରା ରେଞ୍ଜ ଅନ୍ତର୍ଗତ ଚେକାମରା ଗାଁରୁ ଏହି କଲରାପତରିଆ ବାଘଛାଲ ଜବତ ହୋଇଛି। କୌଣସି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଜଣେ ଶିକାରୀ ବାଘ ଛାଲ ବିକ୍ରି କରିବା ପାଇଁ ମସୁଧା କରୁଥିଲା। ଉଭୟ ବିଭାଗ ମିଳିତ ଭାବେ ଚଢ଼ାଉ ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ। ଚଢ଼ାଉ ବେଳେ ବାଘ ଛାଲ ଜବତ ହୋଇଥିଲା। ଏହି ଘଟଣାରେ ବଡସାହି ଥାନା ଯଦୁନାଥପୁର ଅଞ୍ଚଳର ୩୫ ବର୍ଷୀୟ ଭୁବନ ସିଂ ଙ୍କୁ ଗିରଫ କରାଯାଇଛି। ଏ ବାବଦରେ ଅଧିକ ପଚରାଉଚରା ଜାରି ରହିଥିବା ନେଇ ଶିମିଳିପାଳ ଡେପୁଟି ଡାଇରେକ୍ଟର ସମ୍ରାଟ ଗୌଡା ସୂଚନା ଦେଇଛନ୍ତି।

Leave A Reply

Your email address will not be published.