ସୁନ୍ଦରଗଡ଼ : ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ।। ବରିଷ୍ଠ ନାଗରିକଙ୍କୁ ମିଳୁଥିବା ବିଭିନ୍ନ ସରକାରୀ ସୁବିଧା ବାବଦରେ ଆଲୋଚନା।

0 315

ସୁନ୍ଦରଗଡ଼ : ୧/୧୦ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଓଡ଼ିଶା ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ ଠାରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି।
ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଅଶୋକ ହବଡା ସିଂ ଏହି କାର୍ଯ୍ୟକ୍ରମ ଆୟୋଜନ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ବିସ୍ତୃତ ଉପସ୍ଥାପନ କରିଥିଲେ କରିବା ସହିତ ବରିଷ୍ଠ ନାଗରିକ ମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ବିଭିନ୍ନ ସରକାରୀ ସୁବିଧା ଗୁଡ଼ିକୁ ସେମାନେ ଉପଲବ୍ଧି କରିବାକୁ ନେଇ ଆଲୋଚନା କରିଥିଲେ। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ସମାଜ ରେ ବରିଷ୍ଠ ନାଗରିକ ଙ୍କ ଆବଶ୍ୟକତା ଏବଂ ସେମାନଙ୍କର ଉପଯୁକ୍ତ ସୁରକ୍ଷା ଉପରେ ଆଲୋଚନା କରିଥିଲେ। ସେହିପରି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ସୁରେନ୍ଦ୍ର ମାଝୀ ବରିଷ୍ଠ ନାଗରିକ ମାନଙ୍କର ନିରାପତ୍ତା ଓ ସୁରକ୍ଷା ସମ୍ପର୍କିତ ଅଧିନିୟମ ଉପରେ ଗୁରୁତ୍ୱାରୋପ କରିଥିଲେ। ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ସୁକାନ୍ତ ଦାସ ପରିବହନ ବିଭାଗ ଦ୍ଵାରା ଦିଆଯାଉଥିବା ସୁବିଧା ସୁଯୋଗ ଗୁଡିକ ଉପରେ କହିଥିଲେ ଏବଂ ଗାଡ଼ି ଚାଳନା ସମୟରେ ସଡ଼କ ସୁରକ୍ଷା ସମ୍ପର୍କିତ ନିୟମ ପାଳନ କରିବାକୁ ନେଇ ନିଜ ବକ୍ତବ୍ୟ ରଖିଥିଲେ।
ଏହି ଅବସରରେ ଏକ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର ମଧ୍ୟ ଆୟୋଜନ କରାଯାଇଥିଲା ଏବଂ ମାଗଣା ଔଷଧ ମଧ୍ୟ ବଣ୍ଟନ କରାଯାଇଥିଲା । ଏଥିରେ ପ୍ରାୟ ୧୭୮ ଜଣ ବରିଷ୍ଠ ନାଗରିକ ମାନେ ନିଜର ଆବଶ୍ୟକୀୟ ସ୍ବାସ୍ଥ୍ୟ ପରୀକ୍ଷା କରେଇଥିଲେ। କାର୍ଯ୍ୟକ୍ରମ ରେ ଯୋଗ ଶିବିର ମଧ୍ୟ ଆୟୋଜନ ହୋଇଥିଲା ଏଥିରେ ବରିଷ୍ଠ ନାଗରିକ ମାନେ ଯୋଗଦାନ କରିଥିଲେ । ସେହିପରି ୧୦୦ ବର୍ଷ ଅତିକ୍ରାନ୍ତ କରିଥବା ପାଞ୍ଚ ଜଣ ବରିଷ୍ଠ ନାଗରିକ ଙ୍କୁ ଏହି ଅବସରରେ ଜିଲ୍ଲା ପ୍ରଶାସନ ଦ୍ବାରା ସମ୍ବର୍ଦ୍ଧିତ କରଯାଇଥିଲା। ପରେ ପରେ କଳାକାର ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
କାର୍ଯ୍ୟକ୍ରମ ରେ ସଦର ଉପଜିଲ୍ଲାପାଳ ଶ୍ରୀ ଦାଶରଥି ସରାବୁ, ବିଭାଗୀୟ କର୍ମଚାରୀ, ବରିଷ୍ଠ ନାଗରିକ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.