ରାଉରକେଲା : ଦୁର୍ଘଟଣା ଜନିତ ଗଣ୍ଡଗୋଳ ସମୟରେ କାର୍ଯ୍ୟରତ ମହିଳା ପୋଲିସ ଅଧିକାରୀଙ୍କ ମୃତ୍ୟୁ। ଉଦିତନଗର ଥାନାର ମହିଳା ପୋଲିସ ଏଏସଆଇ।

0 2,360

ରାଉରକେଲା : ୧/୧୦ (ସତ୍ୟାନ୍ୟୁଜ) ଆଜି ଏକ ଅଭାବନୀୟ ଘଟଣାରେ ରାଉରକେଲା ଉଦିତନଗର ଥାନାର ଜଣେ ମହିଳା ପୋଲିସ ଅଧିକାରୀଙ୍କ ମୃତ୍ୟୁ ଘଟିଛି। ମୃତକ ଏଲିସ୍ ନର୍ମି ଲୁଗୁନ ଥାନାରେ ସହକାରୀ ସବ ଇନିସ୍ପେକ୍ଟର ଭାବେ କାର୍ଯ୍ୟରତ ଥିଲେ। ଏକ ଦୁର୍ଘଟଣା ଜନିତ ଘଟଣାରେ ଉପୁଜି ଥିବା ବିବାଦର ଖବର ଶୁଣି ସେ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ଗଣ୍ଡଗୋଳ କରୁଥିବା ଲୋକଙ୍କୁ ଝଗଡା ରୁ ନିବୃତ୍ତ କରିବା ସମୟରେ ସେ ତଳେ ପଡି ଯାଇଥିଲେ ଏବଂ ଅସୁସ୍ଥ ହୋଇ ପଡ଼ିଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ଏକ ଘରୋଇ ହସପିଟାଲକୁ ନିଆ ଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
ମିଳିଥିବା ସୂଚନା ଅନୁଯାୟୀ ରବିବାର ଅପରାହ୍ନରେ ବିରାଜାପାଲି ନିକଟରେ ଏକ ଯାତ୍ରୀ ବାହୀ ବସ ସହ ଏକ କାରର ଦୁର୍ଘଟଣା ହୋଇଥିଲା। କାରରେ ଥିବା ଲୋକମାନେ ପିଛା କରି ଉଦିତନଗର ମୁନିସିପାଲ ଛକ ନିକଟରେ ବସ କୁ ଅଟକାଇ ଥିଲେ। ବଚସା ପରେ ବସ କାଚ ମଧ୍ୟ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଖବର ପାଇ ଉଦିତନଗର ଥାନାର ମହିଳା ପୋଲିସ ଅଧିକାରୀ ଶ୍ରୀମତୀ ଲୁଗୁନ ଘଟଣା ସ୍ଥଳରେ ପହଞ୍ଚି ଗଣ୍ଡଗୋଳରେ ହସ୍ତକ୍ଷେପ କରିବା ସମୟରେ ତଳେ ପଡି ଯାଇଥିଲେ। ତାଙ୍କୁ ହସପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଘଟଣାର ତଦନ୍ତ କରୁଛି। ମୃତକ ମହିଳା ପୋଲିସ ଅଧିକାରୀଙ୍କ କୌଣସି ରୋଗ ନଥିବା କହିଛନ୍ତି ତାଙ୍କ ସ୍ୱାମୀ।

Leave A Reply

Your email address will not be published.