ସୁନ୍ଦରଗଡ଼ : ଜିଲ୍ଲାରେ ସ୍କ୍ରଵ୍ ଟାଇଫସ୍ ଆକ୍ରାନ୍ତଙ୍କ ସଂଖ୍ୟା ଉଦବେଗ ଜନକ।। ସ୍ଥିତି ସମୀକ୍ଷା ପାଇଁ ପହଞ୍ଚିଲେ ସ୍ୱାସ୍ଥ୍ୟ ବିଭାଗ କେନ୍ଦ୍ରୀୟ ଟିମ୍।

0 385

ସୁନ୍ଦରଗଡ଼: ୩୦/୯ ( ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲାରେ ସ୍କ୍ରଵ୍ ଟାଇଫସ୍ ସ୍ଥିତି ଉଦବେଗଜନକ ହୋଇ ପଡିଛି। ସ୍କ୍ରଵ୍ ଟାଇଫସ୍ ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୨୯୨ ରେ ପହଁଚିଛି। ଦିନକୁ ଦିନ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ସଚେତନତା କାର୍ଯ୍ୟକ୍ରମ ସହ ପରୀକ୍ଷା ଏବଂ ଚିକିତ୍ସା ଉପରେ ଗୁରୁତ୍ୱ ଦିଆଯାଉଛି।
ଶନିବାର ଦିନ କେନ୍ଦ୍ରୀୟ ସ୍ବାସ୍ଥ୍ୟ ବିଭାଗର ୬ ଜଣିଆ ଟିମ୍ ସୁନ୍ଦରଗଡ଼ରେ ଆସି ପହଞ୍ଚିଛନ୍ତି। ସ୍କ୍ରଵ୍ ଟାଇଫସ୍ ସ୍ଥିତି ସମୀକ୍ଷା ପାଇଁ ଜାତୀୟ ସ୍ବାସ୍ଥ୍ୟ ମିଶନ ର ଛଅ ଜଣିଆ ଟିମ୍ ସେମାନଙ୍କ କାମ ଆରମ୍ଭ କରି ଦେଇଛନ୍ତି। ଏହି ଟିମ୍ ରେ ରାଜ୍ୟସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ଦୁଇ ଜଣ ଅଧିକାରୀ ରହିଛନ୍ତି। ଜିଲ୍ଲା ରେ ସ୍କ୍ରବ୍ ଟାଇଫସ୍ ସ୍ଥିତି ସମ୍ପର୍କ ରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କ ସହ ଆଲୋଚନା
କରିଛନ୍ତି ଏହି ଟିମ୍। ସିଡିଏମଓ ଙ୍କ କାର୍ଯ୍ୟାଳୟ ସମ୍ମିଳନୀରେ କକ୍ଷରେ ଅନୁଷ୍ଠିତ ହୋଇଥିବା ଏହି ସମୀକ୍ଷା ବୈଠକରେ ସ୍କ୍ରଵ୍ ଟାଇଫସ୍ ନିୟନ୍ତ୍ରଣ ଲାଗି ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା।

Leave A Reply

Your email address will not be published.