ରାଉରକେଲା : ଟୀକାୱେ ରେଷ୍ଟୁରାଣ୍ଟରେ ଆରମ୍ଭ ହେଲା ୩ ଦିନିଆ ଫୁଡ଼ ଫେଷ୍ଟିଭାଲ।। ଉଦଘାଟନ କଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ।

0 511

ରାଉରକେଲା : ୩୦/୯ (ସତ୍ୟାନ୍ୟୁଜ) ରାଉରକେଲା କ୍ରସ୍ ରୋଡ଼ ମଲ୍ ଠାରେ ଥିବା ଟୀକାୱେ ରେଷ୍ଟୁରାଣ୍ଟରେ ୩ ଦିନିଆ ଫୁଡ଼ ଫେଷ୍ଟିଭାଲ ଆଜିଠାରୁ ଆରମ୍ଭ ହୋଇଛି। ଏହି ଖାଦ୍ୟ ମେଳା ଆସନ୍ତା ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଚାଲିବ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ଶନିବାର ଦିନ ଏହି ଫୁଡ଼ ଫେଷ୍ଟିଭାଲକୁ ଉଦଘାଟନ କରିଛନ୍ତି। ବିଭିନ୍ନ ପ୍ରକାର କଣ୍ଟିନେଣ୍ଟାଲ ଏବଂ ଦେଶୀୟ ଖାଦ୍ୟର ମେନୁ ରଖାଯାଇଛି। ଏହା ସାଙ୍ଗକୁ ଓଡ଼ିଶାର ପାରମ୍ପରିକ ଖାଦ୍ୟ ମଧ୍ୟ ବ୍ୟବସ୍ଥା କରାଯାଇଛି। ଏହି ସୁସ୍ୱାଦୁ ଖାଦ୍ୟକୁ ପ୍ରସ୍ତୁତ କରିବାରେ ନିୟୋଜିତ ହୋଇଛନ୍ତି ନାମିଦାମୀ ସେଫ୍। ଖାଦ୍ୟ ମଧ୍ୟରେ ଉଭୟ ଆମିଷ ଏବଂ ନିରାମିଶର କବାବ୍ ସ୍ନାକସ୍ ଲୋକଙ୍କ ପସନ୍ଦ ହେବ ବୋଲି ଟୀକାୱେ ର ପରିଚାଳନା ନିର୍ଦ୍ଦେଶକ ଅମିତାଭ ସାମଲ କହିଛନ୍ତି ।

Leave A Reply

Your email address will not be published.