ଭୁବନେଶ୍ୱର : ସାଇବର ସୁରକ୍ଷା ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ।। ରାଜ୍ୟରେ ଗଡିବ ୩୪ଟି ସାଇବର ସୁରକ୍ଷା ସଚେତନତା ରଥ।

0 319

ଭୁବନେଶ୍ୱର/ରାଉରକେଲା : ୩୦/୯ (ସତ୍ୟାନ୍ୟୁଜ) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଳିଙ୍ଗ ଷ୍ଟାଡିଅମରେ ସାଇବର ସୁରକ୍ଷା ଅଭିଯାନର ଶୁଭାରମ୍ଭ କରିଛନ୍ତି। ୩୪ଟି ସାଇବର ସୁରକ୍ଷା ରଥ ଆଜିଠାରୁ ସାରା ରାଜ୍ୟର ବିଭିନ୍ନ ସ୍କୁଲ, କଲେଜ ଓ ପଞ୍ଚାୟତ ଆଦି ଭ୍ରମଣ କରି ସାଇବର ସୁରକ୍ଷା ସଂପର୍କରେ ସଚେତନାର ବାର୍ତ୍ତା ପ୍ରଦାନ କରିବ। ଆସନ୍ତାକାଲି ରାଉରକେଲାରେ ମଧ୍ୟ ସାଇବର ସୁରକ୍ଷାସଚେତନତା ରଥ ଗଡିବ। ରାଉରକେଲା ଏସ୍ ପି ଏହି ରଥକୁ ପତାକା ହଲାଇ ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି।

ଗତ କିଛି ବର୍ଷ ମଧ୍ୟରେ ସାରା ଦେଶ ଓ ରାଜ୍ୟରେ ସାଇବର ଅପରାଧର ମାତ୍ରା ଚିନ୍ତାଜନକ ଭାବେ ବୃଦ୍ଧି ପାଇଛି। ସଚେତନତା ଓ ସତର୍କତା ଏହାକୁ ରୋକିବାର ଏକ ପ୍ରମୁଖ ଉପାୟ। ତେଣୁ ସାରା ରାଜ୍ୟରେ ସବୁ ସ୍ତରରେ ଏ ସଂପର୍କରେ ସଚେତନତା ଆଣିବା ପାଇଁ ଏହି ଅଭିଯାନ ଆରମ୍ଭ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ସତର୍କ ଓ ସୁରକ୍ଷିତ ରହିବାକୁ ଆହ୍ବାନ ଦେଇଛନ୍ତି।

ଏହି ଅଭିଯାନରେ ଜିଲ୍ଲା ପ୍ରଶାସନ ତରଫରୁ ସାଇବର ସୁରକ୍ଷା ରଥକୁ ସ୍ବାଗତ କରାଯିବ। ପ୍ରତିଦିନ ଅତି କମ୍ ରେ ଦୁଇଟି ଶିକ୍ଷାନୁଷ୍ଠାନରେ ସଚେତନତା କାର୍ଯ୍ୟକ୍ରମ କରାଯିବ। ଏହାସହ ବ୍ଲକ୍‌ ଓ ପୋଲିସ ଷ୍ଟେସନ ଅଞ୍ଚଳରେ ଥିବା ବିଭିନ୍ନ ଜନଗହଳି ସ୍ଥାନଗୁଡିକରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ। ସ୍କୁଲ ଓ କଲେଜ ଗୁଡିକରେ ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ କୁଇଜ ପ୍ରତିଯୋଗୀତା କରାଯିବ।

Leave A Reply

Your email address will not be published.