ରାଉରକେଲା : ମହିଳା ସହକାରୀ କଲେକ୍ଟର ସୁସ୍ମିତା ମିଞ୍ଜ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବି କଲେ ଜର୍ଜ ତିର୍କୀ।। ଆସନ୍ତା ୩ ତାରିଖରେ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ।

0 465

ରାଉରକେଲା : ୨୯/୯ (ସତ୍ୟାନ୍ୟୁଜ) ମହିଳା ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜଙ୍କ ପାଣିରେ ବୁଡି ମୃତ୍ୟୁ ବରଣ କରିବା ଘଟଣା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ସୁସ୍ମିତାଙ୍କ ମୃତ୍ୟୁ ଆତ୍ମହତ୍ୟା କିମ୍ବା ଦୁର୍ଘଟଣା ଜନିତ ନୁହେଁ। ଏହା ଏକ ହତ୍ୟାକାଣ୍ଡ ବୋଲି ବିରମିତ୍ରପୁର ପୂର୍ବତନ ବିଧାୟକ ଜର୍ଜ ତିର୍କୀ ଅଭିଯୋଗ କରିଛନ୍ତି। ଏହି ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି ଜର୍ଜ ତିର୍କୀ । ଇତି ମଧ୍ୟରେ ସୁସ୍ମିତା ମୃତ୍ୟୁ ମାମଲାର ତଦନ୍ତ ଦାୟିତ୍ବ ଜିଲ୍ଲା ମାନବିଧିକାର ସେଲ୍ ର ଡ଼ିଏସପି ବନିତା ମାଝୀଙ୍କୁ ଦିଆଯାଇଛି। ଏଥିରେ ଜର୍ଜ ଅସନ୍ତୋଷ ପ୍ରକାଶ କରି ସିବିଆଇ ତଦନ୍ତ ଦାବି କରିଛନ୍ତି। ଆସନ୍ତା ଅକ୍ଟୋବର ୩ ତାରିଖ ଦିନ ରାଉରକେଲା ଏସ୍ ପି ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ। ୪ ତାରିଖରେ ହାଇକୋର୍ଟରେ ସିବିଆଇ ତଦନ୍ତ ପାଇଁ ଜନସ୍ୱାର୍ଥ ମାମଲା ଦାୟର କରାଯିବ ବୋଲି ଜର୍ଜ ତିର୍କୀ କହିଛନ୍ତି।
ଅନ୍ୟ ପକ୍ଷରେ ସୁସ୍ମିତା ମିଞ୍ଜ ମୃତ୍ୟୁ ଘଟଣାର ତଦନ୍ତ ଜଣେ ଡ଼ିଏସପି ପାହ୍ୟାର ଅଧିକାରୀଙ୍କୁ ଦିଆଯାଇଛି। ତଦନ୍ତ ପରେ ଏହି ଘଟଣାରେ ଯିଏ ଦୋଷୀ ଜଣାପଡିବ , ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରାଉରକେଲା ଏସପି ମିତ୍ରଭାନୁ ମହାପାତ୍ର କହିଛନ୍ତି।
ସୂଚନା ଯୋଗ୍ୟଯେ ଗତ ୧୯ ତାରିଖରେ ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜଙ୍କ ମୃତ ଶରୀର ସେଂସୋରି ପାର୍କ ପୋଖରୀରୁ ମିଳିଥିଲା। ପରିବାର ଲୋକେ ସୁସ୍ମିତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଥିଲେ। ଏହି ଘଟଣାରେ ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ଶରତ ପଟ୍ଟନାୟକ ମଧ୍ୟ ସିବିଆଇ ତଦନ୍ତ ଦାବି କରିଛନ୍ତି।

Leave A Reply

Your email address will not be published.