ସୁନ୍ଦରଗଡ଼ : ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ।। ପୀଡ଼ିତାଙ୍କୁ ୭ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ।

0 630

ସୁନ୍ଦରଗଡ଼ : ୨୮/୯ (ସତ୍ୟାନ୍ୟୁଜ) ୨୦୨୦ ମସିହାରେ ଘଟିଥିବା ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ସୁନ୍ଦରଗଡ଼ ସ୍ୱତନ୍ତ୍ର ପୋକ୍ସ କୋର୍ଟ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ଦେଇଛନ୍ତି । ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ଅଭିଯୁକ୍ତ ତେଲେସଫର ଟପ୍ନୋ କୁ ୨୫ ହଜାର ଟଙ୍କା ଜୋରିମାନା କରାଯାଇଛି। ଜୋରିମାନା ଅନାଦେୟ ଅତିରିକ୍ତ ୫ ମାସ ଜେଲଦଣ୍ଡ ଆଦେଶ ଦିଆ ଯାଇଛି। ଏହାସହ ଅନ୍ୟ ଦଫାରେ ୮ ବର୍ଷ ଦଣ୍ଡ ବିଧାନ କରାଯାଇଛି। ୨୦୨୦ ମସିହା ଜାନୁଆରୀ ମାସ ରେ ବାପା ମାଆ ଛେଉଣ୍ଡ ନାବାଳିକା ନିଜ ଆଇ ପାଖରେ ରହି ପଢୁଥିଲା । କୌଣସି କାମ ରେ ଆଇ ବାହାରକୁ ଯାଇଥିବା ବେଳେ ନାବାଳିକା ଏକା ଘରେ ଥିଲା। ନବାଳିକାକୁ ଏକୁଟିଆ ପାଇ ଅଭିଯୁକ୍ତ ୩୯ ବର୍ଷୀୟ ତେଲେସଫର୍ ଘରେ ପଶି ଦୁଷ୍କର୍ମ କରିଥିଲା। ଦୁଷ୍କର୍ମ କରିବା ପୂର୍ବରୁ ଅଭିଯୁକ୍ତ ପିଡିତା ନାବଳିକାକୁ ମୋବାଇଲ ଫୋନରେ ନଗ୍ନ ଫଟ ଦେଖାଇ ଥିଲା। ପିଡିତାର ଆଇ ଏହି ଘଟଣା ଜାଣିବା ପରେ ଥାନାରେ ଏତେଲା ଦେଇଥିଲେ। ଘଟଣାର ତଦନ୍ତ କରି ତତ୍କାଳୀନ ଯାଞ୍ଚ ଅଧିକାରୀ ଡିଏସପି ପ୍ରଭାତ କୁମାର ବିଶ୍ବାଳ ୧୫ ଦିନ ମଧ୍ୟରେ ସମସ୍ତ ନଥିପତ୍ର ସହ ପ୍ରମାଣ କୋର୍ଟରେ ଦାଖଲ କରିଥିଲେ। ସୂଚନାଯୋଗ୍ୟଯେ ଉତ୍କର୍ଷ ତଦନ୍ତ ପାଇଁ ଚଳିତ ବର୍ଷ ଡ଼ିଏସପି ଶ୍ରୀ ବିଶ୍ୱାଳଙ୍କୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ପଦକ ପ୍ରଦାନ କରାଯାଇଛି। ଏହି ଘଟଣାର ବିଚାର କରି ଆଜି କୋର୍ଟ ଅଭିଯୁକ୍ତକୁ ଦଣ୍ଡ ବିଧାନ କରିଛନ୍ତି। ଏହା ସହ ପୀଡ଼ିତା କୁ ୭ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିବା ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ବତନ୍ତ୍ର ପୋକ୍ସ କୋର୍ଟ ।

Leave A Reply

Your email address will not be published.