ରାଉରକେଲା : ଶାନ୍ତି ଶୃଙ୍ଖଳା ସହ ପ୍ରଫେଟ୍ ମହମ୍ମଦଙ୍କ ଜୟନ୍ତୀ ପାଳିତ।। ଏହି ଉପଲକ୍ଷେ ସହରରେ ଶୋଭାଯାତ୍ରା ଅୟୋଜିତ।

0 351

ରାଉରକେଲା : ୨୮/୯ (ସତ୍ୟାନ୍ୟୁଜ) ରାଉରକେଲାରେ ଶାନ୍ତି ଶୃଙ୍ଖଳା ସହ ସମାହିତ ହୋଇଛି ପ୍ରଫେଟ୍ ହଜରାତ ମହମ୍ମଦଙ୍କ ଜୟନ୍ତୀ। ଏହି ଉପଲକ୍ଷେ ଏକ ବିଶାଳ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ଶୋଭାଯାତ୍ରା ପ୍ଲାଣ୍ଟସାଇଟ ରୋଡ଼ , ମହତାବ ରୋଡ଼ ଦେଇ ସହରର ମୁଖ୍ୟ ମାର୍ଗରେ ପହଞ୍ଚିଥିଲା। ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ୧୪ ପ୍ଲାଟୁନ ପୋଲିସ ମୁତୟନ କରାଯାଇଥିଲା। ରାଉରକେଲା ଏସପି ମିତ୍ରଭାନୁ ମହାପାତ୍ର ନିଜେ ଉପସ୍ଥିତ ରହି ଆଇନ ଶୃଙ୍ଖଳା ସ୍ଥିତି ତଦାରଖ କରିଥିଲେ। ରାଉରକେଲା ଇଣ୍ଟିଗ୍ରେସନ ଫୋରମ ର ସଦସ୍ୟ ମାନେ ମଧ୍ୟ ଏହି କଯ୍ୟକ୍ରମରେ ଉପସ୍ଥିତ ଥିଲେ।

Leave A Reply

Your email address will not be published.