ରାଉରକେଲା : ସେପ୍ଟେମ୍ବର ୩୦ରୁ ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ।। ରାଉରକେଲା ଆସିବ ସାଇବର ସୁରକ୍ଷା ସଚେତନତା ରଥ।
ରାଉରକେଲା : ୨୯/୯ (ସତ୍ୟାନ୍ୟୁଜ) ସାଇବର ଅପରାଧ ଏବେ ସମସ୍ତଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି। ଲୋକମାନଙ୍କ ମଧ୍ୟରେ ସାଇବର ଅପରାଧ ସୁରକ୍ଷା ଉପରେ ସଚେତନତା ସୃଷ୍ଟି କରିବାକୁ ଏବେ ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି। ଏଥି ଲାଗି ଆସନ୍ତାକାଲି ସେପ୍ଟେମ୍ବର ୩୦ ତାରିଖରୁ ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଏହି ଉପଲକ୍ଷେ ରାଜ୍ୟ ସରକାରଙ୍କ ପକ୍ଷରୁ ବୁଲା ଯାଉଥିବା ସାଇବର ସୁରକ୍ଷା ସଚେତନତା ରଥ ରାଉରକେଲା ଆସିବ। ଏହି ରଥ ରାଉରକେଲା ସହର ସହ ବିଭିନ୍ନ ବ୍ଲକ ଏରିଆରେ ମଧ୍ୟ ବୁଲିବ। ଏହାଛଡା ବିଭିନ୍ନ ସ୍କୁଲ ମାନଙ୍କରେ ଛାତ୍ରଛାତ୍ରୀ ମାନଙ୍କୁ ସାଇବର ସୁରକ୍ଷା ଉପରେ ସଚେତନ କରାଯିବା ସହ ବିଭିନ୍ନ ଛକ ସ୍ଥାନ ମାନଙ୍କରେ ମଧ୍ୟ ସଚେତନତା କାର୍ଯ୍ୟକ୍ରମ କରାଯିବ। ଏ ନେଇ ରାଉରକେଲା ଏସପି ମିତ୍ରଭାନୁ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।