ରାଉରକେଲା : ଓଡିଶା ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଶରତ ପଟ୍ଟନାୟକଙ୍କ ରାଉରକେଲା ଗସ୍ତ।। ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଲେ।
ରାଉରକେଲା : ୨୮/୯ (ସତ୍ୟାନ୍ୟୁଜ) ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ତାଙ୍କର ଦୁଇଦିନିଆ ଗସ୍ତରେ ଆସି ରାଉରକେଲାରେ ପହଞ୍ଚି ଛନ୍ତି। ବୁଧବାର ସନ୍ଧ୍ୟାରେ ସହରରେ ପହଁଚିବା ପରେ ରାଉରକେଲା କଂଗ୍ରେସର ପଦାଧିକାରୀ ମାନେ ତାଙ୍କୁ ସ୍ବାଗତ କରିଥିଲେ। ଗୁରୁବାର ସକାଳେ ଶ୍ରୀ ପଟ୍ଟନାୟକ ସିଭିଲ ଟାଉନଶିପ ଗୁରୁଦ୍ୱାରା ଏବଂ ଝିରିପାଣି ଚର୍ଚ୍ଚ ଯାଇଥିଲେ। ପରେ ସେ ପ୍ରଫେଟ୍ ହଜରତ ମହମ୍ମଦଙ୍କ ଜନ୍ମଦିନ ପାଳନ ଅବସରରେ ଇଦ୍ ମିଲଦ ଉନ୍ ନବୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପରେ କଂଗ୍ରେସ ଅଧ୍ୟକ୍ଷ ‘ଘର ଘର କଂଗ୍ରେସ’ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଦୀର୍ଘ ୨୪ ବର୍ଷର ଶାସନରେ ବିଜେଡି ସରକାର ସବୁ କ୍ଷେତ୍ରରେ ବିଫଳ ହୋଇଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ ।