କରଞ୍ଜିଆ : ୨୮/୯ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ଠାକୁରମୁଣ୍ଡା ବଜାର ଭିତରୁ ବୁଧବାର ଦିନ ଅଭିନବ ଉପାୟରେ ଜଣେ ଗହଣା ଦୋକାନୀଙ୍କ ଠାରୁ ନଗଦ ୧୦ ହଜାର ଟଙ୍କା ସହ ପ୍ରାୟ ୫ ଲକ୍ଷ ଟଙ୍କା ମୂଲ୍ୟ ର ସୁନା,ରୁପା ଅଳଙ୍କାର ଦୃବୁର୍ତ୍ତ ମାନେ ଲୁଟି ନେଇଥିବାର ଜଣା ପଡିଛି। ସୂଚନା ଅନୁଯାୟୀ ଠାକୁରମୁଣ୍ଡା ବଜାର ର ଠାକୁରମୁଣ୍ଡା- ଉଦଳା ରାସ୍ତାରେ ଥିବା ପଦ୍ମାବତୀ ଜୁଏଲର ର ମାଲିକ ବିଶ୍ୱଜିତ ମହାପାତ୍ର ଦୋକାନ ର ଅଳଙ୍କାର ବ୍ୟାଗ କୁ ନିଜ ବାଇକ ଡିକିରେ ରଖି ଦୋକାନ ଖୋଲିବାକୁ ଯାଇଥିଲେ। ଦୋକାନ ତାଲା ଭିତରେ ପୂର୍ବରୁ କେହି ଅଠା ଭର୍ତ୍ତି କରି ଦେଇଥିଲେ। ଅଠା ଭର୍ତ୍ତି ହୋଇଥିବାରୁ ଦୋକାନୀଙ୍କୁ ତାଲା ଖୋଲିବାରେ ସମୟ ଲାଗୁଥିଲା। ଏହି ସୁଯୋଗରେ ଦୁର୍ବୁତ୍ତ ମାନେ ଦୋକାନ ସମ୍ମୁଖରେ ଥିବା ତାଙ୍କ ବାଇକ ଡିକି ତାଡି ଅଳଙ୍କାର ବ୍ୟାଗ କୁ ଲୁଟି ନେଇ ପଳାଇ ଯାଇଥିଲେ। ପରେ ଜୁଏଲର ଦୋକାନ ମାଲିକ ଦୁର୍ବୁତ୍ତ ମାନେ ବାଇକ ଡିକି ରୁ ଅଳଙ୍କାର ବ୍ୟାଗ କୁ ଲୁଟି ନେଇଥିବା ଜାଣି ଠାକୁରମୁଣ୍ଡା ଥାନାରେ ଅଭିଯୋଗ କରିଥିଲେ।ଅଭିଯୋଗ ପାଇ ଠାକୁରମୁଣ୍ଡା ଥାନା ପୋଲିସ ଘଟଣାସ୍ଥଳ ରେ ପହଞ୍ଚି ସିସି ଟିଭି ଯାଞ୍ଚ କରି ତଦନ୍ତ କରୁଛନ୍ତି।