ରାଉରକେଲା : ମିଳିତ ପରିବହନ ସଂଘର ସମ୍ବିଧାନ ବିରୋଧୀ କାର୍ଯ୍ୟ ପାଇଁ ୨୧ ଜଣଙ୍କ ସଦସ୍ୟତା ରଦ୍ଧ। ସାମ୍ବାଦିକ ସମ୍ମିଳନୀରେ ସୂଚନା।
ରାଉରକେଲା : ୨୭/୯ (ସତ୍ୟାନ୍ୟୁଜ) ଲୁହା ପଥର ପରିବହନ ପାଇଁ ସମାନ ପରିବହନ ଭଡା , ରାଉରକେଲାରେ ଟ୍ରାନ୍ସପୋର୍ଟ ନଗରର ଶୀଘ୍ର ପ୍ରତିଷ୍ଠା ଦାବି କରିଛି ରାଉରକେଲା ମିଳିତ ପରିବହନ ସଙ୍ଘ। ବାହାର ରାଜ୍ୟରୁ ଆସୁଥିବା ଗାଡି ଗୁଡିକ ନେଉ ଥିବା କମ ଭଡା ସିଷ୍ଟମକୁ ବନ୍ଦ କରିବା ମଧ୍ୟ ଦାବି କରିଛି ସଙ୍ଘ। ଏହା ସହ ସଙ୍ଘର ସାମ୍ବିଧାନିକ ନିୟମ କୁ ଅମାନ୍ୟ କଲେ କଡା କାର୍ଯ୍ୟାନୁଷ୍ଠାନ ନିଆ ଯିବ ବୋଲି ମିଳିତ ସଙ୍ଘ ପକ୍ଷରୁ କୁହାଯାଇଛି। ବୁଧବାର ଦିନ ଅୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ ମିଳିତ ସଙ୍ଘ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହାଛଡା ମିଳିତ ସଂଘର ସମ୍ବିଧାନ ବିରୋଧୀ କାମ କରିଥିବା ଅଭିଯୋଗରେ ୨୧ ଜଣଙ୍କ ସଦସ୍ୟତା ରଦ୍ଧ କରା ଯାଇଥିବା କୁହାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ରାଉରକେଲା ମାଇନିଙ୍ଗ ଏରିଆ ଟ୍ରକ ଟିପ୍ପର ସଙ୍ଘ , ରାଉରକେଲା ଏବଂ ବେଦବ୍ୟାସ ଟ୍ରକ , ଟିପ୍ପର ମାଲିକ ସଂଘର ସଦସ୍ୟ ମାନେ ଉପସ୍ଥିତ ଥିଲେ।