ରାଉରକେଲା : ନାବାଳକ ଛାତ୍ର ରୁଦ୍ର ନାରାୟଣ ପାଢ଼ୀ ହତ୍ୟା ମାମଲାରେ ଦୁଇ ଅଟକ।। ଅଟକ ଦୁଇ ନାବାଳକ ଛାତ୍ରଙ୍କୁ ବାଳ ସୁଧାର ଗୃହ ପଠାଗଲା।

0 914

ରାଉରକେଲା : ୨୭/୯ ( ସତ୍ୟାନ୍ୟୁଜ) ନାବାଳକ ଛାତ୍ର ରୁଦ୍ର ନାରାୟଣ ପାଢ଼ୀ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ। ଏହି ହତ୍ୟାକାଣ୍ଡରେ ଜଡିତ ଦୁଇଜଣ ନାବାଳକ ସହପାଠୀ ଛାତ୍ରଙ୍କୁ ରଘୁନାଥପାଲି ଥାନା ପୋଲିସ ଅଟକ ରଖିଥିଲେ। ସେମାନଙ୍କୁ ଜୁବେନାଇଲ ଜଷ୍ଟିସ ବୋର୍ଡରେ ହାଜର କରାଗଲା ପରେ ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଛି। ମୋବାଇଲ ଫୋନ ବ୍ଲୁ ଟୁଥ ବାବଦରେ କୌଣସି ବିବାଦ କୁ ନେଇ ଏହି ହତ୍ୟାକାଣ୍ଡ ହୋଇଛି। ୨୫ ତାରିଖ ରାତିରେ ଏହି ହତ୍ୟାକାଣ୍ଡ ଘଟିଛି।
ବ୍ଲୁ ଟୁଥ କୁ ନେଇ ରୁଦ୍ରଙ୍କ ତାଙ୍କ ଦୁଇ ସାଙ୍ଗଙ୍କ ସହ ଝଗଡା ହୋଇଥିଲା। ପରେ ଦୁଇ ସାଙ୍ଗ ମିଶି ରୁଦ୍ରଙ୍କୁ ପଥରରେ ଛେଚି ହତ୍ୟା କରିଥିଲେ। ପୋଲିସ ତଦନ୍ତ କରି ଦୁଇ ନାବାଳକ ଅଭଯୁକ୍ତଙ୍କୁ ଅଟକ ରଖି ଜୁବେନାଇଲ କୋର୍ଟ ରେ ହାଜର କରିଥିଲେ।

Leave A Reply

Your email address will not be published.