ରାଉରକେଲା : ପ୍ରଫେଟ ମହମ୍ମଦଙ୍କ ଜୟନ୍ତୀ ପାଳନ ଲାଗି ପ୍ରସ୍ତୁତି।। ଶାନ୍ତି ଶୃଙ୍ଖଳା ସହ ଜୟନ୍ତୀ ପାଳନ ଲାଗି ପ୍ଲାଣ୍ଟସାଇଟ ଥାନାରେ ବୈଠକ।
ରାଉରକେଲା : ୨୬/୯ (ସତ୍ୟାନ୍ୟୁଜ) ଆସନ୍ତା ୨୮ ତାରିଖରେ ପ୍ରଫେଟ ମହମ୍ମଦଙ୍କ ଜୟନ୍ତୀ ରାଉରକେଲାରେ ପାଳନ କରାଯିବ। ଏଥିଲାଗି ଜୟନ୍ତୀ ପାଳନ କମିଟି ପକ୍ଷରୁ ପ୍ରସ୍ତୁତି ଚାଲିଛି। ମହମ୍ମଦଙ୍କ ଜୟନ୍ତୀ ଦିନ ସହରରେ ଏକ ଶୋଭାଯାତ୍ରା ର କାର୍ଯ୍ୟକ୍ରମ ରହିଛି। ଶାନ୍ତି ଶୃଙ୍ଖଳା ସହ ମହମ୍ମଦଙ୍କ ଜୟନ୍ତୀ ପାଳନ ଲାଗି ପ୍ରଶାସନ ପକ୍ଷରୁ ପ୍ଲାଣ୍ଟସାଇଟ ଥାନାରେ ଏକ ବୈଠକ କରାଯାଇଥିଲା। ଡିଏସପି ଅନୀଲ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ପ୍ଲାଣ୍ଟସାଇଟ ଏବଂ ଉଦିତନଗର ଥାନା ଅଧିକାରୀ ଉପସ୍ଥିତ ଥିଲେ। ରାଉରକେଲା ଇଣ୍ଟିଗ୍ରେସନ ଫୋରମ ର ସଦସ୍ୟଙ୍କ ସହ ପ୍ରଫେଟ ମହମ୍ମଦ ଜୟନ୍ତୀ ପାଳନ କମିଟିର ସଦସ୍ୟ ମାନେ ଏହି ବୈଠକରେ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ ।