ରାଉରକେଲା : ଜେଲ୍ କର୍ମଚାରୀଙ୍କ ଅନଶନ ଦୂତୀୟ ଦିନରେ।। ରାଉରକେଲା ସ୍ୱତନ୍ତ୍ର ଜେଲ୍ ର ୪ କର୍ମଚାରୀ ଅସୁସ୍ଥ।। ଆରଜିଏଚ ରେ ଭର୍ତ୍ତି।
ରାଉରକେଲା : ୨୬/୯ (ସତ୍ୟାନ୍ୟୁଜ)
ପାଞ୍ଚ ଦଫା ଦାବିରେ ଜେଲ୍ କର୍ମଚାରୀଙ୍କ ଆମରଣ ଅନଶନ ଆଜି ଦୂତୀୟ ଦିନରେ ପହଞ୍ଚିଛି। ତେବେ ରାଉରକେଲା ସ୍ୱତନ୍ତ୍ର ଜେଲ୍ ପରିସରରେ ଅନଶନରେ ବସିଥିବା ୪ ଜଣ ଜେଲ୍ କର୍ମଚାରୀଙ୍କ ସ୍ୱାସ୍ଥ୍ୟବସ୍ଥାଦୂତୀୟ ଦିନ ବିଗିଡି ଯାଇଥିଲା। ଉକ୍ତ ଚାରିଜଣ କର୍ମଚାରୀଙ୍କୁ ଆମ୍ବୁଲାନ୍ସ ଯୋଗେ ରାଉରକେଲା ସରକାରୀ ହସପିଟାଲ ପଠାଯାଇଛି। ସେଠାରେ ସେମାନଙ୍କ ଚିକିତ୍ସା ଚାଲିଛି। ରାଜ୍ୟ ଜେଲ୍ କର୍ମଚାରୀ ମହାସଙ୍ଘ ଆହ୍ୱାନ କ୍ରମେ ସୋମବାର ଠାରୁ ରାଜ୍ୟରେ ଜେଲ୍ କର୍ମଚାରୀ ମାନେ ଅନଶନରେ ବସିଛନ୍ତି। ଦାବି ପୂରଣ ଲାଗି ସେପ୍ଟେମ୍ବର ୧୩ ତାରିଖରୁ କର୍ମଚାରୀ ମାନେ କଳା ବ୍ୟାଚ ପରିଧାନ କରିଥିଲେ। ମାତ୍ର ସରକାର ତାଙ୍କ କଥା ନଶୁଣିବାରୁ ସୋମବାର ଠାରୁ ଜେଲ୍ କର୍ମଚାରୀ ମାନେ ଆମରଣ ଅନଶନରେ ବସିଛନ୍ତି ।