ବିରମିତ୍ରପୁର : ୨୫/୯ (ସତ୍ୟାନ୍ୟୁଜ) ଶ୍ୱଶୁରଙ୍କ ଟାଙ୍ଗିଆ ଚୋଟରେ ଜ୍ୱାଇଁ ମୃତ୍ୟୁ ବରଣ କରିବା ପରି ଏକ ସମ୍ବେଦନଶୀଳ ଘଟଣା ସମ୍ନାକୁ ଆସିଛି। ଏହି ଘଟଣାଟି ଘଟିଛି ବିରମିତ୍ରପୁର ଥାନା ଅନ୍ତର୍ଗତ ଜଳଙ୍ଗବିରା ବିରଙ୍ଗାଟୋଲି ବସ୍ତିରେ। ରବିବାର ସନ୍ଧ୍ୟାରେ ଜ୍ୱାଇଁ ଜଲେନ ସୋରେଙ୍ଗ ମଦ୍ୟପାନ କରି ସ୍ତ୍ରୀ ସହ ମାଡ଼ପିଟ କରିଥିଲେ। ଶେଷରେ ଅତ୍ୟଧିକ ଉତକ୍ଷିପ୍ତ ହୋଇ ଜଲେନ ଘରେ ରଖା ଯାଇଥିବା ଏକ ଟାଙ୍ଗିଆରେ ନିଜ ପତ୍ନୀଙ୍କୁ ମାରିବାକୁ ଉଦ୍ୟମ କରିଥିଲେ। ପାଖରେ ଥିବା ଶ୍ୱଶୁର ସନ୍ତୋଷ ସୋଏ ଜ୍ୱାଇଁଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ ଜଲେନ୍ ଶ୍ୱଶୁରଙ୍କ ସହ ଝଗଡା କରିଥିଲା। ଏଥିରେ ଶ୍ୱଶୁର ସନ୍ତୋଷ ରାଗି ଯାଇ ଜ୍ୱାଇଁ ହାତରୁ ଟାଙ୍ଗିଆ ଛଡାଇ ତାଙ୍କ ମୁଣ୍ଡରେ ପ୍ରହାର କରିଥିଲେ। ଜ୍ୱାଇଁ ଜଲେନ୍ ତଳେ ପଡି ଯାଇଥିଲେ ଏବଂ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ପୋଲିସ ଶ୍ୱଶୁର ସନ୍ତୋଷ ସୋଏ କୁ ଗିରଫ କରି କୋର୍ଟ ଚାଲାଣ କରିଛି।