ବଣାଇ : ୫ ଦଫା ଦାବି ପୂରଣ ଲାଗି ଜେଲ୍ କର୍ମଚାରୀଙ୍କ ଆମରଣ ଅନଶନ।। ରାଜ୍ୟ ଜେଲ୍ କର୍ମଚାରୀ ମହାସଂଘର ନିର୍ଦ୍ଦେଶ କ୍ରମେ ଅନଶନ।

0 366

ବଣାଇ : ୨୫/୯ (ସତ୍ୟାନ୍ୟୁଜ) ୫ ଦଫା ଦାବି ପୂରଣ ଲାଗି ଆଜି ଠାରୁ ଜେଲ୍ କର୍ମଚାରୀ ମାନେ ଆମରଣ ଅନଶନରେ ବସିଛନ୍ତି। ରାଜ୍ୟ ଜେଲ୍ କର୍ମଚାରୀ ମହାସଂଘର ଆହ୍ୱାନ କ୍ରମେ ବଣାଇ ଉପ କାରାଗାରର କର୍ମଚାରୀ ମାନେ ଜେଲ୍ ସମ୍ମୁଖରେ ଅନଶନ ଆରମ୍ଭ କରିଛନ୍ତି। ଏହି ସମୟରେ କୌଣସି କର୍ମଚାରୀ ଖାଦ୍ୟ ଗ୍ରହଣ କରିବେ ନାହିଁ। ଅନଶନରତ କର୍ମଚାରୀଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିଲେ ସେଥିପାଇଁ ସରକାର ଏବଂ ଜେଲ୍ କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି କୁହାଯାଇଛି। ବିଭିନ୍ନ ଦାବି ନେଇ ଜେଲ୍ କର୍ମଚାରୀ ମାନେ ସେପ୍ଟେମ୍ବର ୧୩ ତାରିଖରୁ କଳା ବ୍ୟାଚ ପିନ୍ଧି କାମ କରୁଥିଲେ। ମାତ୍ର ସରକାର ଦାବି ପୂରଣ ନକରିବାରୁ କର୍ମଚାରୀ ମାନେ ଆଜି ଠାରୁ ଆମରଣ ଅନଶନରେ ବସିଛନ୍ତି। ଏ ବାବଦରେ ଜେଲ୍ କର୍ତ୍ତୃପକ୍ଷଙ୍କ ସମେତ ବଣାଇ ଉପଜିଲ୍ଲାପାଳଙ୍କୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.